ନୂଆଦିଲ୍ଲୀ: ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ପତ୍ନୀ ସାଜିଦା ମହମ୍ମଦଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତରେ ପହଞ୍ଚିବା ପରେ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ। ସେ ୬ ରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତରେ ରହିବେ ଏବଂ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଉଲ୍ଲେଖ ଥାଉ କି ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ମୁଇଜୁ ଭାରତୀୟ ସୈନିକଙ୍କୁ ତାଙ୍କ ଦେଶରୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଯାହାପରେ ଭାରତ ମାଳଦ୍ଵୀପ ସମ୍ପର୍କ ବିଗିଡିଯାଇଥିଲା |
କୁହାଯାଉଥିଲା ବିଗିଡିଯାଇଥିବା ସମ୍ପର୍କ ସୁଧାରିବାକୁ ସେ ଭାରତ ଗସ୍ତରେ ଆସିଛନ୍ତି | ମୁଇଜୁଙ୍କ ଗସ୍ତ ବାବଦରେ ଘୋଷଣା କରି ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସହଯୋଗ ତଥା ସମ୍ପର୍କକୁ ଆହୁରି ମଜବୁତ କରିପାରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ସମୟରେ ମୁଇଜୁ ମୋଦୀଙ୍କ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବେ।
ଦିଲ୍ଲୀ ବ୍ୟତୀତ ସେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ପରିଦର୍ଶନ କରିବେ ଯେଉଁଠାରେ ସେ ଶିଳ୍ପ ବୈଠକରେ ଅଂଶଗ୍ରହଣ କରିବେ। ଭାରତ ମହାସାଗରରେ ମାଲଦ୍ୱୀପ ହେଉଛି ଭାରତର ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଏବଂ ଭାରତର 'ପଡୋଶୀ ପ୍ରଥମ ନୀତି' ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀର ଏକ ବିଶେଷ ସ୍ଥାନ ରଖେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଉଲ୍ଲେଖ ଥାଉ କି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଗଷ୍ଟରେ ତିନିଦିନିଆ ମାଲଦ୍ୱୀପ ଗସ୍ତରେ ଯାଇ ମୁଇଜୁଙ୍କ ଆଗାମୀ ଗସ୍ତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମନ୍ତ୍ରଣାଳୟ କହିଛି ଯେ ନିକଟରେ ମାଲଦ୍ୱୀପକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗସ୍ତ ପରେ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ଗସ୍ତ ପ୍ରମାଣିତ କରୁଛି ଯେ ଭାରତ ସହ ମାଲଦ୍ୱୀପ ସହ ଏହାର ସମ୍ପର୍କକୁ ଗୁରୁତ୍ୱ ଦେଉଛି।