ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଚିନ୍ତା, ଚିଠି ଲେଖି ଜରିମାନା କମାଇବାକୁ ଦାବି

ମୁମ୍ବାଇ: ଜରିମାନା କମାଅ, ନଚେତ ଆମେ ରାଜ୍ୟରେ ବର୍ଦ୍ଧିତ ଜରିମାନାକୁ ଲାଗୁ କରିବୁ ନାହିଁ | କିଛି ଏଭଳି ଢଙ୍ଗରେ ମହାରାଷ୍ଟ୍ର ସରକାର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି | କୁହାଯାଉଛି ଆଗାମୀ ବର୍ଷ ଶେଷ ବେଳକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ |

ବର୍ଦ୍ଧିତ ଜରିମାନା ଗାଡି ଚାଳକ ଦେବାକୁ ସକ୍ଷମ ହେଉନଥିବାରୁ ଏହାକୁ କମାଇବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି | ଚିଠିରେ ଉଲ୍ଲେଖ କରାଯାଇଛି ଯେ ଯାତାୟାତ ନିୟମରେ ଅଧିକ ଜରିମାନା ବାବଦରେ ପୁନର୍ବିଚାର କରାଯାଉ |

ଲୋକ ଏତେ ମାତ୍ରାରେ ଜରିମାନା ଦେଇପାରିବେ ନାହିଁ, ତେଣୁ ଜରିମାନା କମାଇଲେ ହିଁ ରାଜ୍ୟରେ ଏହାକୁ ଲାଗୁ କରାଯିବ ବୋଲି ସଫାସଫା ମହାରାଷ୍ଟ୍ର ସରକାର ଚିଠିରେ ଲେଖିଛନ୍ତି | ଚର୍ଚ୍ଚା ହେଉଛି ଯେ ବର୍ଦ୍ଧିତ ଜରିମାନା ରାଶିକୁ ନେଇ ଲୋକ ଖୁସି ନଥିବାରୁ ଏହାର ପ୍ରଭାବ ଯେପରି ନିର୍ବାଚନ ଉପରେ ନ ପଡେ ଏହାକୁ ନଜରରେ ରଖି କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖାଯାଇଛି |

ସମ୍ବନ୍ଧିତ ଖବର