ମୁମ୍ବାଇ: ଜାମିନ ମିଳିବା ପରେ ଧମକାଉଥିଲା ଦୁଷ୍କର୍ମକାରୀ | ଡରରେ ଜୀବନ ହାରିଲେ ପୀଡିତା | ମହାରାଷ୍ଟ୍ରରେ ଘଟିଛି ଏଭଳି ଘଟଣା | ଦହିୱାଡି ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ଅନୁଯାୟୀ, ତସଲିମ ମହମ୍ମଦ ଖାନ ନାମକ ଜଣେ ଯୁବକ ଏକ ବର୍ଷ ପୂର୍ବେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ଅଭିଯୋଗ ପାଇବା ପରେ ସତରା ନଗର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତସଲିମ ଖାନଙ୍କୁ ଗିରଫ କରିଥିଲା। ମାତ୍ର କିଛି ମାସ ଜେଲରେ ରହି ସେ ଜାମିନରେ ବାହାରକୁ ଆସିବା ପରେ ପୀଡ଼ିତାଙ୍କୁ ଧମକାଇବା ଆରମ୍ଭ କରିଥିଲେ, ଯାହା ଏବେ ନାବାଳିକାଙ୍କ ମୃତ୍ୟୁର କାରଣ ପାଲଟିଛି | 

Advertisment

ସୂଚନା ମୁତାବକ, ଜେଲରୁ ଆସିବା ପରେ ତସଲିମ, ପୀଡିତାଙ୍କୁ ଫୋନ କରି ହତ୍ୟା କରିବାର ଧମକ ଦେଉଥିଲା | ପୀଡିତା ଫୋନ ନମ୍ବର ବ୍ଲକ କରିବାରୁ ଅଭିଯୁକ୍ତ ଅନ୍ୟ ନମ୍ବରରୁ କଲ କରି ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଯେତେବେଳେ ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ହତ୍ୟା କରିବ ବୋଲି ଧମକ ଦେଲା ସେତେବେଳେ ପୀଡିତା ଭୟଭୀତ ହୋଇ  ୨୪ ଅଗଷ୍ଟରେ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଦହିୱାଡି ପୁଲିସ ଧାରା ୧୦୭ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତସଲିମ ଖାନକୁ ଗିରଫ କରିଛି। 

ଅଧିକ ପଢନ୍ତୁ-https://sambad.in/india-and-beyond/haryana-election-date-will-change-the-election-commission-will-consider-6923807

ଅଧିକ ପଢନ୍ତୁ- https://sambad.in/india-and-beyond/third-world-war-4-hour-state-of-emergency-declared-in-israel-6923576