ଶିକାରୀ ଆକ୍ରମଣରେ ମହାବଳ ମହାବୀର ମରିଛି, ତଦନ୍ତକାରୀ ଅଧିକାରୀ ତଥ୍ୟ ଲୁଚାଇଛନ୍ତି : ପିସିସିଏଫଙ୍କୁ ଚିଠି ଲେଖିଲା ଏନଟିସିଏ
ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟରେ ମହାବଳ ମହାବୀର ଶିକାରୀଙ୍କ ଅାକ୍ରମଣରେ ମାରିଛି ବୋଲି ଏନଟିସିଏ କହିଛି । ଆଜି ପିସିସିଏଫଙ୍କୁ ଏଭଳି ଏକ ଅଭିଯୋଗ ଅାଣି ଚିଠି ଲେଖିଛି ଏନଟିସିଏ ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ କୁହାଯାଇଛି ଯେ, ବାଘ ମୃତ୍ୟୁର ତଦନ୍ତବେଳେ ତଦନ୍ତକାରୀ ଅଧିକାରୀ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛି ଏନଟିସିଏ । ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବୀରକୁ ଅଣାଯାଇଥିଲା । କିନ୍ତୁ ଗତ ମାସରେ ମହାବୀର ପ୍ରାଣ ହରାଇଥଲା । ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ସୂଚନାଯୋଗ୍ୟ, ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ମହାବଳ ମହାବୀରର ଗତ ମାସରେ ମୃତ୍ୟୁ ହୋଇଥିଲା । ତେବେ ବାଘକୁ କିଏ ମାରିଛି ସେ ନେଇ ବେଶ୍ କିଛି ଦିନ ଛକାପଂଝା ଲାଗି ରହିଥିଲା । କିଏ କହୁଥିଲା ଶିକାରୀ ମାରିଛି କିଏ କହୁଥିଲା ସଂକ୍ରମଣ ଯୋଗୁଁ ବାଘ ମରିଛି । ପରେ କୁହାଯାଇଥିଲା ମହାବଳ ମହାବୀରର ବେକରେ କ୍ଷତ ଚିହ୍ନ ଥିବା ବେଳେ ସଂକ୍ରମଣ ଯୋଗୁଁ ତାର ମୃତ୍ୟୁ ହୋଇଛି । ତେବେ ମହାବୀରର ମୃତ୍ୟୁ ସହ ସାତକୋଶିଆରେ ପ୍ରୋଜେକ୍ଟ ଟାଇଗରକୁ ଲାଗିଛି ବଡ ଧରଣର ଝଟକା ଲାଗିଥିଲା ।