ରାଞ୍ଚି : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଅନେକ ନେତା, ଅଭିନେତା ଏବଂ ଖେଳାଳୀମାନେ ମତଦାନ କରୁଥିବାର ନଜର ଆସିଥିଲେ । ଏ ମଧ୍ୟରେ ଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ରାଞ୍ଚିର ଜବାହର ବିଦ୍ୟା ମନ୍ଦିରକୁ ଯାଇ ଧୋନୀ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଧାଡ଼ିରେ ଠିଆ ହୋଇ ମତଦାନ କରିଥିବା ଦେଖା ଯାଇଥିଲା ।
ସୂଚନା ମୁତାବକ, ୫ମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନରେ ୬୭୪ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୬୮ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ ୧୨୬ (୧୯ ପ୍ରତିଶତ) ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଏବଂ ସେମାନଙ୍କ ମଧ୍ୟରୁ ୯୫ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି। ୧୮୪ ଜଣ ପ୍ରାର୍ଥୀ (୨୮ ପ୍ରତିଶତ) କୋଟିପତି ଥିବା ବେଳେ ପଂଚମ ପର୍ଯ୍ୟାୟରେ ସମାଜବାଦୀ ପାର୍ଟି ସବୁଠାରୁ ଅଧିକ ଅପରାଧ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି। ସମାଜବାଦୀ ପାର୍ଟିର ୭୮ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ବିଜେପିର ୪୬ ଏବଂ କଂଗ୍ରେସର ୩୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୨୦ଟି ଆସନରେ ୩ରୁ ଅଧିକ ଅପରାଧ ପୃଷ୍ଠଭୂମିର ପ୍ରାର୍ଥୀ ଥିବାରୁ ସେଠାରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ୫ମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ରାଜସ୍ଥାନର ୧୨ଟି, ମଧ୍ୟପ୍ରଦେଶର ୫, ପଶ୍ଚିମବଂଗର ୭, ବିହାରର ୫ ଏବଂ ଝାଡ଼ଖଣ୍ଡର ୪ ଆସନ ରହିଛି। ଏହା ସହିତ ଜମ୍ମୁ କଶ୍ମୀରର ଅନନ୍ତନାଗ ନିର୍ବାଚନ ମଣ୍ଡଳିର ପୁଲୱାମା ଏବଂ ସୋପିଆନ ଏବଂ ଲଦାଖ ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/weer-1.jpg)