ନୂଆଦିଲ୍ଲୀ: ପ୍ୟାରିସ୍ ମୋଟର ସୋ’ରେ ରେନଲ୍ଟ୍ ୪ଟି ଇ-ଟେକ୍ ଇଲେକ୍ଟ୍ରିକ୍ କାର୍ ଉପସ୍ଥାପନ କରିଛି | କେବଳ ରେନଲ୍ଟର ଇଲେକ୍ଟ୍ରିକ୍ କାର୍ ନୁହେଁ, ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ଅଟୋ ଇଣ୍ଡଷ୍ଟ୍ରିର ଦୃଷ୍ଟି ଆକର୍ଷଣ କରିଛି | ଏହି ମୋଟର ଶୋ’ରେ ରେନଲ୍ଟ ହେରିଟେଜ୍ ସ୍ପିରିଟ୍ ସ୍କ୍ରାମବ୍ଲର୍ ମଧ୍ୟ ପ୍ରଦର୍ଶନ କରିଥିଲା, ଯାହା ଏକ ଇଲେକ୍ଟ୍ରିକ ମୋଟରସାଇକେଲ୍ | ଏହି ଇଭିର ମୂଲ୍ୟ ହେଉଛି ୨୩୩୪୦ ୟୁରୋ ଅର୍ଥାତ ପ୍ରାୟ ୨୧.୨ ଲକ୍ଷ ଟଙ୍କା | ଭାରତରେ ଉପଲବ୍ଧ ମହିନ୍ଦ୍ରା ସ୍କର୍ପିଓ ଏନର ମୂଲ୍ୟ ଏହି ଇଭି ଠାରୁ କମ୍  | ସ୍କର୍ପିଓର ଏକ୍ସ ଶୋ’ରୁମ୍ ମୂଲ୍ୟ ୧୩.୮୫ ଲକ୍ଷରୁ ଆରମ୍ଭ ହୋଇ ୨୪.୫୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ |

Advertisment

ଫ୍ରେଞ୍ଚ ଷ୍ଟାର୍ଟ ଅପ୍ କମ୍ପାନୀ ଆଟେଲିର୍ସ ହେରିଟେଜ୍ ପକ୍ଷରୁ ଏହି ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ପ୍ରସ୍ତୁତ କରାଯାଇଛି | ଏହି ଇଲେକ୍ଟ୍ରିକ ମୋଟରସାଇକେଲର ମୂଲ୍ୟ ଭାରତରେ ଉପଲବ୍ଧ ଇଭି ତୁଳନାରେ ବହୁତ ଅଧିକ | କିନ୍ତୁ ଏହି ବାଇକ୍ ବିଷୟରେ ବିଶେଷ କଥା ହେଉଛି ଏହି ବାଇକ୍ ସଂପୂର୍ଣ୍ଣ ଭାବେ ହାତରେ ତିଆରି ହୋଇଛି | ଏହି ବାଇକର କେବଳ ସୀମିତ ମଡେଲଗୁଡିକ ବଜାରକୁ ଅଣାଯାଇଛି | ଏହି ବାଇକ୍ ପାଇଁ କମ୍ପାନୀ ବୁକିଂ ମଧ୍ୟ ଆରମ୍ଭ କରିଛି। 

| ଏହି ରେନଲ୍ଟ ମୋଟରସାଇକେଲରେ ୪.୮ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ଅଛି | ଏହି ବାଇକରେ ସ୍ଥାପିତ ଇଲେକ୍ଟ୍ରିକ୍ ମୋଟର ୧୦ ବିଏଚପି ପାୱାର ଏବଂ ପିକ ଟର୍କ ୨୮୦ ଏନଏମ ପ୍ରଦାନ କରିଥାଏ | କମ୍ପାନୀ ଦାବି କରିଛି ଯେ ଏହି ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ସିଙ୍ଗଲ୍ ଚାର୍ଜିଂରେ ୧୧୦ କିଲୋମିଟର ଦୂରତା ଯାଇଥାଏ |