ନୂଆପଡା: ନୂଆପଡା କୋମନା ଥାନା ଅନ୍ତର୍ଗତ ତରବୋର୍ଡଠାରେ ଅବକାରୀ ବିଭାଗ ପକ୍ଷରୁ ମହୁଲ ବୋଝେଇ ଟ୍ରକ ଜବତ। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନେତୃତ୍ୱରେ ଖଡ଼ିଆଳ ଅବକାରୀ ଓଆଇସି ଅଲେଖ ପୁଟେଲଙ୍କ ତତ୍ୱାବଧାନରେ ଏକ ମହୁଲ ବୋଝେଇ ଟ୍ରକ ଓଡ଼ି ୧୮ ଏଫ ୯୬୨୮କୁ ଜବତ କରାଯାଇଥିଲା |
ତଦନ୍ତ ପରେ ଜଣାପଡିଥିଲା ବେଆଇନ ଭାବରେ ୨୦୦ କ୍ୱିଣ୍ଟାଲ ମହୁଲ ନେଉଥିବା ବେଳେ ଟ୍ରକ ଚାଳକ ପୂର୍ଣ୍ଣ ଚନ୍ଦ୍ର କଚିମ (୩୩) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ କରିଛନ୍ତି। ଅବକାରୀ ଏ ଏସ ଆଇ ଅମର ନାଥ ବିଶୋଇ କନଷ୍ଟେବଳ ଗିରେନ୍ଦ୍ର କଟା, ପ୍ରସନ୍ନ ନାୟକ, ବୈଜୟନ୍ତୀ ଶବର ଚଢ଼ାଉରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/28/f40fb1f7-7ecd-4024-92cc-9568991fbc17-2025-06-28-14-10-09.jpg)