ଲାଠିକଟା: ଲାଠିକଟା ବ୍ଲକ୍ ଅନ୍ତର୍ଗତ ୧୮ଟି ପଞ୍ଚାୟତର ଆଦିବାସୀଙ୍କର ମହୁଲ ସଂଗ୍ରହ ହେଉଛି ପ୍ରମୁଖ ଜୀବିକା। ମାର୍ଚ୍ଚ ଓ ଏପ୍ରିଲ ମାସରେ ପରିବାରର ସମସ୍ତ ସଦସ୍ୟ ସକାଳୁ ସକାଳୁ ଏହି ମହୁଲ ଫୁଲ ସଂଗ୍ରହ କରିବାରେ ଲାଗିଯାଆନ୍ତି। କିନ୍ତୁ ସମସ୍ତେ ନିଜ ଜମିରେ ଥିବା ମହୁଲ ଗଛରୁ ହିଁ ଫୁଲ ସଂଗ୍ରହ କରିଥାନ୍ତି। ଲାଠିକଟା ବ୍ଲକ୍ର ଲାଠିକଟା, ବଲାଣୀ, ଡଲାକୁଦର, ବିରଡା, ବିରକେରା, ହାତୀବନ୍ଧା, ଜଲଦା ମୁଣ୍ଡାଯୋର, ରାମଯୋଡ଼ି, ସୁଇଡିହି ଆଦି ପଞ୍ଚାୟତର ଲୋକେ ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ମହୁଲରୁ ମଦ ବ୍ୟତୀତ ବିଭିନ୍ନ ପିଠା, ମିଠା, ଚକୁଳି ଆଦି ପ୍ରସ୍ତୁତ କରାଯାଏ। କିନ୍ତୁ ସ୍ଥାନୀୟ ଲୋକେ କା ଭାଁ ପିଠା କରୁଥିବାବେଳେ ଏହାକୁ ହାଟ ବଜାରରେ ତଥା ଗାଁ କୁ ଆସୁଥିବା ଦଲାଲମାନଙ୍କୁ ମଧ୍ୟ ବିକ୍ରି କରିଦେଇଥାନ୍ତି।
ଅନ୍ୟ ଲଘୁଜାତ ଦ୍ରବ୍ୟ ପରି ଏହାର କୌଣସି ସହାୟକ ମୂଲ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇନାହିଁ। ତେଣୁ ମହୁଲର କିଣାବିକା ଦର ବେପାରୀମାନେ ଧାର୍ଯ୍ୟ କରିନ୍ତି। ବିଭିନ୍ନ ହାଟ ଓ ଗ୍ରାମରେ ଏହାର ଦର ଭିନ୍ନ ହୋଇଥାଏ। କେତେକ ସ୍ଥାନରେ ଏହା ଓଜନରେ ବିକ୍ରି ହେଉଥିବାବେଳେ କେତେକ ସ୍ଥାନରେ ତାମ୍ବିରେ ବିକ୍ରି କରାଯାଏ। କେତେକ ସ୍ଥାନରେ ଭାଟି ମାଲିକମାନେ ନାମମାତ୍ର ମୂଲ୍ୟରେ ଏହାକୁ ସଂଗ୍ରହ କରିନିଅନ୍ତି। ଯାହାବି ହେଉ ଏଥିରେ ବେପାରୀ ଓ ଦଲାଲମାନେ ମାଲେମାଲ ହେଉଥିବାବେଳେ ମହୁଲ ସଂଗ୍ରହକାରୀ ଉଚିତ ମୂଲ୍ୟ ପାଇପାରୁ ନାହିଁ। ଭଗତଟୋଲର ରାଜୁ କେର୍କେଟା କୁହନ୍ତି ଆମେ ମହୁଲ ଫୁଲ ଉଚିତ ମୂଲ୍ୟ ପାଇପାରୁନୁ, ସରକାର ଯଦି ମାଣ୍ଡିଆ ମଣ୍ଡି, ଧାନମଣ୍ଡି ପରି ମହୁଲର ମଣ୍ଡି କରି ସଂଗ୍ରହ କରନ୍ତେ ହୁଏତ ଆମକୁ ଠିକ ମୂଲ୍ୟ ମିଳନ୍ତା। କୁଲାମୁଣ୍ଡା ଗ୍ରାମର ଆଉ ଜଣେ ବ୍ୟକ୍ତି ମଧ୍ୟ ପରିଶ୍ରମ ତୁଳନାରେ କମ ପ୍ରାପ୍ୟ ମିଳୁଥିବାର ପ୍ରକାଶ କରିଛନ୍ତି। ମହୁଲ ସଂଗ୍ରହକାରୀ କିପରି ଉଚିତ ମୂଲ୍ୟ ପାଇବେ ସରକାର ସେଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।