ଭୁବନେଶ୍ବର: ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ସ୍ୱାସ୍ଥ୍ୟ ବିଭାଗ ଏବଂ ଗାଡଲାଇନ ଅନୁଯାୟୀ ସବୁ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଜରୁରୀକାଳୀନ ସେବା ଯୋଗାଇବା ଓ ପୂର୍ବ ସମସ୍ତ ଚିକିତ୍ସିତଙ୍କୁ ସେବା ପ୍ରାଥମିକତା ଦିଆଯାଇଛି। ଏଥର କୋଭିଡ ପରିସ୍ଥିତି ଥିବାରୁ ବିଭାଗର ଆଗରେ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। କୋଭିଡକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଲଜିଷ୍ଟିକ ମହଜୁଦ ରଖାଯାଇଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।
ବାତ୍ୟା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ସ୍ୱାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2021/05/Health-Department-Ready-For-Cyclone_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)