ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ନିରାକରଣ ଯୋଜନା ତା ବାଟରେ ଚାଲିଛି, ଅନ୍ୟ ବାଟରେ ମଶା ତାହାର କାମ କରୁଛି | ସରକାର ମଶାକୁ ଖୋଜୁଛନ୍ତି, ଅନ୍ୟପଟେ କିନ୍ତୁ ମଶା ଲୋକଙ୍କୁ କାମୁଡି ନୟାନ୍ତ କରିବା ସହ ମ୍ୟାଲେରିଆର ବିସ୍ତାର କରୁଛି | ଏକଥା ଆମେ କହୁନାହୁଁ ବରଂ କିଛି ତଥ୍ୟ ଏହା ହିଁ ବୟାନ କରୁଛି |
ବାସ୍ତବରେ ଲଗାତାର ତୃତୀୟ ବର୍ଷ ଲାଗି ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା। ମ୍ୟାଲେରିଆ ନିୟନ୍ତ୍ରଣ ସରକାରଙ୍କ ଫୋକସରେ ନାହିଁ କି ସ୍ବାସ୍ଥ୍ୟ ବିଭାଗ ଏହା ଉପରେ ଯଥେଷ୍ଟ ଗୁରୁତ୍ବ ଦେଉନାହିଁ। ନିୟମିତ ବ୍ୟବଧାନରେ ବୈଠକ ସହ ରୋଗ ନିୟନ୍ତ୍ରଣ ପାଇଁ ଯେଉଁ ନିର୍ଦ୍ଦେଶାବଳୀ ରହିଛି ତାହା ଠିକ୍ ଢଙ୍ଗରେ ପାଳନ ହେଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଆସନ୍ତା କିଛି ବର୍ଷ ଭିତରେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କରିବା ଏକପ୍ରକାର ଅସମ୍ଭବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଉଛନ୍ତି।
ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ(ଏନ୍ଭିବିଡିସିପି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ମେ’ ସୁଦ୍ଧା ଦେଶରେ ୬୪ହଜାର ୨୪୫ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ତହିଁରୁ ଓଡ଼ିଶାରୁ କେବଳ ୨୪୪୭୨ଜଣ ରୋଗୀ ରହିଛନ୍ତି। ଯାହାକି ଦେଶର ସମୁଦାୟ ରୋଗୀଙ୍କ ୩୮%। ଛତିଶଗଡ଼, ଝାଡ଼ଖଣ୍ଡ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଯଥେଷ୍ଟ କମ୍ ରହିଛି। ଜୁନ୍ ବେଳକୁ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୬ହଜାର ୩୮୮ରେ ପହଞ୍ଚିଛି। କଳାହାଣ୍ଡି ୮୦୨୯, ରାୟଗଡ଼ା ୭୦୮୧, କନ୍ଧମାଳ ୪୫୮୧, ମାଲକାନଗିରି ୪୨୪୩, କୋରାପୁଟ ୩୯୯୬, ମୟୂରଭଞ୍ଜ ୩୪୨୧ ମ୍ୟାଲେରିଆ ରୋଗୀ ବାହାରିଛନ୍ତି। ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବେ ବୃଦ୍ଧି ହେଉଛି ଚଳିତବର୍ଷ ଶେଷ ବେଳକୁ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପୂର୍ବ ବର୍ଷର ସଂଖ୍ୟାକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/02/masa-2025-08-02-20-55-56.jpg)