ଝରିଗାଁ: ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଧାମନାଗୁଡ଼ା ଉପସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଟିଟୁଗୁଡ଼ା ଏବଂ ମଙ୍ଗରାଚଚରା ଗ୍ରାମର ଦାଦନ ଶ୍ରମିକ ମାନେ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଖବର ପାଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ ଉଭୟ ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଫେରିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରକାରେ ଟୁଟିଗୁଡ଼ା ଗ୍ରାମର ପ୍ରାୟ ୧୫ ଜଣ ଦାଦନ ଶ୍ରମିକ ରାୟଗଡା ଜିଲ୍ଲା ବିଷମକଟକ ଏବଂ ମଙ୍ଗରାଚଚରା ଗ୍ରାମର ପ୍ରାୟ ୧୨ ଜଣ ଦାଦନ ମୁନିଗୁଡା ଗ୍ରାମକୁ ନୀଳଗିରି ଗଛ କାଟିବା ପାଇଁ ଯାଇଥିଲେ। ଗତ ନଭେମ୍ବର ମାସ ୨୦ ତାରିଖ ଦିନ ଯାଇଥିବାବେଳେ ଗତ ପାଞ୍ଚ ଦିନ ତଳେ ସମସ୍ତେ ଘରକୁ ଫେରିଥିଲେ।
ତେବେ ଗତକାଲିଠାରୁ ମଙ୍ଗରାଚଚରା ଗ୍ରାମର କିଛି ଲୋକଙ୍କୁ ଜ୍ଵରର ଲକ୍ଷଣ ଦେଖା ଦେଇଥିଲା।ସ୍ଥାନୀୟ ଆଶା ସ୍ବାସ୍ଥ୍ୟ ବିଭାଗକୁ ଖବର ଦେବା ପରେ ଗତକାଲି ସ୍ଥାନୀୟ ଆଶା କର୍ମୀ ଏବଂ ପୁରୁଷ ସ୍ବାସ୍ଥ୍ୟ କର୍ମୀ ତୁରନ୍ତ ମଙ୍ଗରାଚଚରା ଗ୍ରାମ ଯାଇ କିଛି ଦାଦନ ଶ୍ରମିକଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। ଆଜି ପୁଣି ଥରେ ମଙ୍ଗରାଚଚରା ଏବଂ ଟୁଟିଗୁଡା ଗ୍ରାମରେ ରକ୍ତ ନମୁନା ପରୀକ୍ଷା କରିଥିଲେ। ଦୁଇ ଦିନ ମଧ୍ୟରେ ଟୁଟିଗୁଡ଼ା ଗ୍ରାମର ୬୦ ଜଣ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ୭ ଜଣ ମାନସିଂ ଭତ୍ରା(୨୬),ମଙ୍ଗଳସାୟୀ ଶବର(୨୨),ବୁଦ୍ରୁ ଭତ୍ରା(୧୮)ଭଗତରାମ ଭତ୍ରା(୩୩),ପ୍ରଭୂ ଦାସ ଭତ୍ରା(୨୦),ସନ୍ୟାସୀ ଭତ୍ରା(୨୦) ଏବଂ ହେମଧର ଶବର (୨୫)ଙ୍କ ଠାରେ ମ୍ୟାଲେରିଆ ଥିବା ଜଣାପଡିଥିଲା।
ସେହିପରି ମଙ୍ଗରାଚଚରା ଗ୍ରାମରେ ୨୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ୧୦ ଜଣ ମୁରା ଶବର(୪୫),ଦୁର୍ଜନ ଶବର(୨୭),ଜଗନ୍ନାଥ ଶବର(୪୦),ସନୁ ଶବର(୪୫),ତମନ ଶବର(୫୦),ଗୌତମ ଶବର(୧୮),ଭଗତ ଶବର(୫୫),ରାହୁଲ ଶବର(୧୬),କୃଷ୍ଣ ଶବର(୧୪),ଭୁଜବଲ ଶବର(୧୮)ଙ୍କ ମ୍ୟାଲେରିଆ ଥିବା ଜଣାପଡିଥିଲା। ସମସ୍ତ ମ୍ୟାଲେରିଆ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରିବା ସହ ଔଷଧ ସେବନ ନେଇ ବୁଝାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/24/tZBm3gsx1DxVBnufbNqE.jpg)