ନୂଆଦିଲ୍ଲୀ: ହୃଦଘାତ ନେଲା ମଲୟାଲମ ଅଭିନେତା ନିର୍ମଲ ବେନ୍ନିଙ୍କ ଜୀବନ। ୩୭ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଅଭିନେତା। ଚଳଚ୍ଚିତ୍ର 'ଆମେନ୍'ରେ ତାଙ୍କ ଭୂମିକା ପାଇଁ ବେଶ୍ ଜଣାଶୁଣା ଥିଲେ ଅଭିନେତା ନିର୍ମଳ ବେନ୍ନି। ଆଜି ତାଙ୍କର ଦେହାନ୍ତ ହେବା ପରେ ନିର୍ମଲଙ୍କ ବନ୍ଧୁ ତଥା ପ୍ରଯୋଜକ ସଞ୍ଜୟ ପଡିୟୋର ଏହି ଦୁଃଖଦ ଖବର ଫେସବୁକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।

Advertisment

ପୋଷ୍ଟରେ ସଞ୍ଜୟ ଲେଖିଛନ୍ତି ଯେ, ତିରୁବନନ୍ତପୁରମରେ ନିର୍ମଲଙ୍କ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ଲେଖିଛନ୍ତି, “ମୋର ପ୍ରିୟ ବନ୍ଧୁଙ୍କୁ ବିଦାୟ ଦେଉଛି…‘ଆମେନ୍’ର କୋଚାଚନ୍ ଭୂମିକା ଏବଂ ‘ଡୁରୁମ’ରେ ମୁଖ୍ୟ ଚରିତ୍ର କରିଥିବା ନିର୍ମଲ ଆଉ ନାହାନ୍ତି। ଆଜି ସକାଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋର ପ୍ରିୟ ବନ୍ଧୁଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ”

ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର କ୍ୟାରିଅର୍ ୨୦୧୨ମସିହାରେ ଚଳଚ୍ଚିତ୍ର ‘ନବଗଟର୍କୁ' ସ୍ବାଗଥମ୍’ ରୁ ​​ଆରମ୍ଭ ହୋଇଥିଲା ଏବଂ ଏହା ପରେ ସେ 'ଆମେନ୍' ଏବଂ ‘ଡୁରମ’ ସମେତ ମୋଟ ପାଞ୍ଚଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କର ଅକାଳ ବିୟୋଗ ଇଣ୍ଡଷ୍ଟ୍ରିରେ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।