କୋଲକାତା: ନିର୍ବାଚନ କମସନଙ୍କୁ ଏକ ପତ୍ର ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କୋଲକାତା ପୁଲିସ୍‌ କମିସନର ଅନୁଜ ଶର୍ମା ଓ ବିଧାନନଗର ପୁଲିସ୍‌ କମିସନର ଜ୍ଞାନଓ୍ଵନ୍ତ ସିଂହଙ୍କ ସମେତ ସମୁଦାୟ ୪ ଜଣ ପୁଲିସ୍‌ ଅଧିକାରୀଙ୍କ ସ୍ଥାନାନ୍ତରଣକୁ ନେଇ ପ୍ରଶ୍ନ କରିଛନ୍ତି।

Advertisment

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତିରେ ନିର୍ବାଚନ କମିସନ  ପଶ୍ଚିମବଙ୍ଗ  ପୁଲିସ୍‌ର ଅଧିକାରୀ ସ୍ତରରେ ଅଦଳବଦଳ କରିଥିବା ସୂଚନା ରହିଛି।

ଏହି ଅଦଳବଦଳରେ ନିଜର ପ୍ରତିକ୍ରିୟା ରଖି ମମତା ‘କମିସନ’ଙ୍କ ପକ୍ଷପାତିତା ସଂପର୍କରେ ପ୍ରଶ୍ନ କରି ପତ୍ର ଲେଖିଛନ୍ତି। ନିଜ ମନ ମୁତାବକ ନିଷ୍ପତ୍ତି ନିଆଯାଇଛି ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ପଶ୍ଚିମବଙ୍ଗରେ ଥିବା କିଛି ଅଧିକାରୀମାନଙ୍କ ହେତୁ ରାଜ୍ୟରେ ନିଷ୍ପକ୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ବିଜେପିର କିଛି ନେତା ଅଭିଯୋଗ ଆଣିବା ପରେ ହିଁ ନିର୍ବାଚନ କମିସନ ଏହି ଅଦଳବଦଳ ନିଷ୍ପତ୍ତି ନେଇଥିଲେ।  ନିର୍ବାଚନ କମସନ ବିଜେପି ଇଙ୍ଗିତରେ ପରିଚାଳିତ ହେଉଛନ୍ତି   ବୋଲି ଅଭିଯୋଗ କରିଛନ୍ତି ମମତା।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସାରଦା ଚିଟ୍‌ଫଣ୍ଡ ମାମଲାରେ ପୁଲିସ୍‌ କମିସନର ରାଜୀବ କୁମାରଙ୍କୁ ସମର୍ଥନ କରି ମମତା ବାର୍ନାଜୀ ଧାରଣାରେ ବସିଥିବା ବେଳେ ଉଭୟ ଶର୍ମା ଏବଂ ସିଂହଙ୍କୁ ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଥିଲା।