ନୂଆ ସରକାର ଗଢିବାରେ ୟୁପି ଓ ପଶ୍ଚିମବଙ୍ଗର ମହତ୍ୱପୂର୍ଣ୍ଣ ଯୋଗଦାନ ରହିବ: ମମତା

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନା ଏନଡିଏ ନା ୟୁପିଏ କେହି ଆବଶ୍ୟକ ସଂଖ୍ୟା ପାଇପାରେ ସକ୍ଷମ ହେବେ ନାହିଁ । ଦେଶରେ ଏକ ୩ୟ ସାମୁଖ୍ୟ ସରକାର ଗଠନ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାରଦେଇ ସେ କହିଛନ୍ତି ଯେ ଏଥର ନିର୍ବାଚନରେ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ବିଶେଷ ଗୁରୁତ୍ୱ ରହିବ । କାରଣ ଏହି ଦୁଇ ରାଜ୍ୟ ମୋଟ ୧୨୨ ସାଂସଦଙ୍କୁ ପଠାଇବ ।

ଏହି ଦୁଇ ରାଜ୍ୟରେ ବିଜେପି ସେତେଟା ସଫଳତା ପାଇବାର ସମ୍ଭାବନା ନାହିଁ । ସେହିପରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ଏନଡିଏ ଗୋଟିଏ ମଧ୍ୟ ସିଟ ପାଇବାରେ ସକ୍ଷମ ହେବ ନାହିଁ । ପଂଜାବ ଓ ଦିଲ୍ଲୀରେ ମଧ୍ୟ ବିଜେପିର ସମାନ ଅବସ୍ଥା ହେବ । କଂଗ୍ରେସର ସ୍ଥିତି ମଧ୍ୟ ସେତେଟା ଭଲ ନାହିଁ । କାରଣ କଂଗ୍ରେସ ଏସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରିପାରିବ ନାହିଁ । ଏଣୁ ତୃତୀୟ ସାମୁଖ୍ୟ ହିଁ ସରକାର ଗଢିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର