ରାଲିକୁ ଯାଉଥିଲେ, ବାଟହୁଡ଼ି ବାଂଲାଦେଶ ସୀମାରେ ପହଞ୍ଚିଗଲା ମମତାଙ୍କ ହେଲିକପ୍ଟର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ସୂଚନା ଅନୁଯାୟୀ, ଆଜି ଉତ୍ତର ଦିନାଜପୁରରେ ମମତା ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଯେଉଁ ହେଲିକପ୍ଟଟରେ ମମତା, ରାଲିସ୍ଥଳକୁ ଯାଉଥିଲେ, ତାହା ରାସ୍ତାରେ ହିଁ ବାଟବଣା ହୋଇଯାଇଥିବା ଜଣାପଡିଛି। ଯେଉଁ କାରଣରୁ ରାଲିରେ ବିଳମ୍ବରେ ପହଞ୍ଚିଥିଲେ ମମତା। ତେବେ କିପରି ଏତେ ବଡ ଘଟଣା ଘଟିଲା, ସେନେଇ ଖୋଳତାଡ ଚାଲିଛି।

ତେବେ ଏହି ଘଟଣା ଆଜି ଅପରାହ୍ନ ୧ଟା ୫ ମିନିଟରେ ସମୟରେ ଘଟିଥିଲା। ସିଲିଗୁଡିଠାରୁ ମମତା ହେଲିକପ୍ଟଟରେ ବସିଥିଲେ ଏବଂ ର୍ନିଦ୍ଧାରିତ ସମୟ ଅନୁଯାୟୀ, ୧ଟା ୨୭ମିନିଟରେ ତାଙ୍କୁ ଉତ୍ତର ଦିନାଜପୁରରେ ପହଞ୍ଚିବାର ଥିଲା। କିନ୍ତୁ ସେ ସେଠାରେ ପାଖାପାଖି ୨ଟାରେ ପହଞ୍ଚିଥିଲେ ଏବଂ ରାଲିକୁ ସମ୍ବୋଧିତ କରି ବିଳମ୍ବରେ ଆସିଥିବାରୁ ଉପସ୍ଥିତ ଥିବା ଜନତାଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥିଲେ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମମତାଙ୍କ ହେଲିକପ୍ଟଟଟି ବାଟବଣା ହୋଇ ବାଂଲାଦେଶ ସୀମାରେ ପହଞ୍ଚିଥିଲା ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର