ସୁନ୍ଦରଗଡ଼: ବାଲେଶ୍ବର ଫକୀର ମୋହନ କଲେଜର ଛାତ୍ରୀ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଘଟଣା ପରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପଗୁଡିକରେ ଖୋଲା ପେଟ୍ରୋଲ କିମ୍ବା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବା ପାଇଁ ମନା କରିଦିଆଯାଇଛି। ତେବେ ଏହା ଯୋଗୁଁ ଅନେକ ଲୋକେ ହଇରାଣ ହେଉଛନ୍ତି । ଏପରି ଏକ ପେଟ୍ରୋଲ ଭରିବା ଘଟଣାକୁ ନେଇ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ସହରର ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖ ପେଟ୍ରୋଲ ପମ୍ପରେ ।

Advertisment

ରାଣୀ ବଗିଚା ଅଞ୍ଚଳରେ ବଡି ଗ୍ୟାରେଜ କରିଥିବା ଅଶୋକ କୁମାର ସାହୁଙ୍କ ଝିଅର ଦେହ ଖରାପ ହେବାରୁ ସେ ମେଡିକାଲ ନେବା ପାଇଁ ବାଇକ ବାହାର କଲେ, କିନ୍ତୁ ବାଇକ୍ ରେ ପେଟ୍ରୋଲ ନଥିଲା । ଫଳରେ ସେ ଅନ୍ୟ ଜଣଙ୍କ ବାଇକ ନେଇ ବୋତଲରେ ପେଟ୍ରୋଲ ନେବା ପାଇଁ ପମ୍ପକୁ ଆସିଲେ। କିନ୍ତୁ ବୋତଲରେ ପେଟ୍ରୋଲ ଦେବା ପାଇଁ ପମ୍ପ କର୍ମଚାରୀମାନେ ମନା କରିଦେଲେ । ଅନେକ ଗୁହାରି କରିବା ପରେ ମଧ୍ୟ ପେଟ୍ରୋଲ ଦେଲେ ନାହିଁ । କହିଲେ ବାଇକରେ ହିଁ କେବଳ ପେଟ୍ରୋଲ ଦିଆଯିବ । ଥରେ ନୁହେଁ ତିନି ଚାରି ଥର ଆସି ଖାଲି ହାତ ଫେରିଲା ପରେ ସେ ଘରକୁ ଯାଇ ବାଇକ ଟିକୁ ଗ୍ୟାରେଜକୁ ଆଣିଲେ । ସେଠାରେ ବାଇକ୍ ର ପେଟ୍ରୋଲ ଟାଙ୍କିକୁ ଖୋଲି ପେଟ୍ରୋଲ ପମ୍ପକୁ ଆଣିଲେ ପେଟ୍ରୋଲ ନେବା ପାଇଁ। ତଥାପି ପେଟ୍ରୋଲ ପମ୍ପ କର୍ମଚାରୀ ପେଟ୍ରୋଲ ଦେଇନଥିଲେ। କିନ୍ତୁ ଅଶୋକଙ୍କ ଜିଦ ଆଗରେ ହାର ମାନି ତାଙ୍କୁ ପେଟ୍ରୋଲ ଦେଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଗତ ଶୁକ୍ରବାର ଦିନର ରାଣୀ ବଗିଚା ଅଞ୍ଚଳରେ ବଡି ଗ୍ୟାରେଜ କରିଥିବା ଅଶୋକ କୁମାର ସାହୁଙ୍କ ଝିଅର ଦେହ ଖରାପ ହେବାରୁ ସେ ମେଡିକାଲ ନେବା ପାଇଁ ବାଇକ ବାହାର କଲେ, କିନ୍ତୁ ବାଇକ୍ ରେ ପେଟ୍ରୋଲ ନଥିଲା । ଫଳରେ ସେ ଅନ୍ୟ ଜଣଙ୍କ ବାଇକ ନେଇ ବୋତଲରେ ପେଟ୍ରୋଲ ନେବା ପାଇଁ ପମ୍ପକୁ ଆସିଲେ। କିନ୍ତୁ ବୋତଲରେ ପେଟ୍ରୋଲ ଦେବା ପାଇଁ ପମ୍ପ କର୍ମଚାରୀମାନେ ମନା କରିଦେଲେ । ଅନେକ ଗୁହାରି କରିବା ପରେ ମଧ୍ୟ ପେଟ୍ରୋଲ ଦେଲେ ନାହିଁ । କହିଲେ ବାଇକରେ ହିଁ କେବଳ ପେଟ୍ରୋଲ ଦିଆଯିବ । ଥରେ ନୁହେଁ ତିନି ଚାରି ଥର ଆସି ଖାଲି ହାତ ଫେରିଲା ପରେ ସେ ଘରକୁ ଯାଇ ବାଇକଟିକୁ ଗ୍ୟାରେଜକୁ ଆଣିଲେ । ସେଠାରେ ବାଇକ୍ ର ପେଟ୍ରୋଲ ଟାଙ୍କିକୁ ଖୋଲି ପେଟ୍ରୋଲ ପମ୍ପକୁ ଆଣିଲେ ପେଟ୍ରୋଲ ନେବା ପାଇଁ। ତଥାପି ପେଟ୍ରୋଲ ପମ୍ପ କର୍ମଚାରୀ ପେଟ୍ରୋଲ ଦେଇନଥିଲେ। କିନ୍ତୁ ଅଶୋକଙ୍କ ଜିଦ ଆଗରେ ହାର ମାନି ତାଙ୍କୁ ପେଟ୍ରୋଲ ଦେଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।