ପୁରୀ: ପୁଲିସ ଗାଡ଼ି ଧକ୍କାରେ ଯୁବକ ମୃତ

ପୁରୀ: ଆଜି ଅପରାହ୍‌ଣରେ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଳଦିଆ ନାଗା ଛକ ନିକଟରେ ପୁଲିସ ଗାଡ଼ି ଧକ୍କାରେ ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମଗିରି ଥାନା ଇନ୍‌ସପେକ୍ଟର ପୁରୀ ଆସୁଥିବା ବେଳେ ତାଙ୍କ ଗାଡ଼ି ଯୁବକଙ୍କ ବାଇକକୁ ଧକ୍କା ଦେଇଥିଲା। ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ଅଜୟ କର ଓ ତାଙ୍କ ଘର ବ୍ର୍ରହ୍ମଗିରି ଥାନା ବିଜିପୁର ଗ୍ରାମରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର