ଫେସ୍‌ମାସ୍କ ପିନ୍ଧିବାକୁ ମନା କରିବାରୁ ଦିବ୍ୟାଙ୍ଗ ପୁଅକୁ ହତ୍ୟା, ପୁଲିସ୍‌ ନିକଟରେ ଆତ୍ମସମର୍ପଣ କଲେ ବାପା

କୋଲକାତା: କୋଲକାତାର ଜଣେ ୪୫ ବର୍ଷିଅ ଦିବ୍ୟାଙ୍ଗ ପୁଅ ଫେସ୍‌ମାସ୍କ ପିନ୍ଧିବାକୁ ମନା କରିବାରୁ ୭୮ ବର୍ଷିଅ ବାପା ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ସଂଧ୍ୟାରେ ପୁଅ ଯେତେବେଳେ ବାହାରକୁ ବାହାରିଲେ ତାଙ୍କୁ ‌ଫେସ୍‌ମାସ୍କ ପିନ୍ଧିବାକୁ କହିଥିଲେ ବାପା। ମାତ୍ର ପୁଅ ଏହାକୁ ନ ମାନିବାରୁ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା। ଏହାପରେ ବାପ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବାପ ପୁଅର ହତ୍ୟା କରିବା ପରେ ନିଜେ ପୁଲିସ୍‌ ଷ୍ଟେସନ୍‌କୁ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହ  ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତକାଲି ସଂଧ୍ୟା ପ୍ରାୟ ୭ଟା ସମୟରେ ଅଭିଯୁକ୍ତ ବଂଶୀଧର ପୁଲିସ୍‌ ଷ୍ଟେସନ୍‌କୁ ଯାଇ ନିଜ ପୁଅର ହତ୍ୟା କରିଥିବା କଥା କହିଥିଲେ। ସେ ନିଜ ପୁଅ ଶ୍ରୀଶେନ୍ଦୁକୁ ୫.୩୦ରେ ହତ୍ୟା କରିଥିବା କଥା ପୁଲିସ୍‌ ଆଗରେ ନିଜେ ସ୍ବୀକାର କରିଥିଲେ। ସେ ତାଙ୍କ ପୁଅ ବେକରେ ଏକ କପଡ଼ା ଗୁଡ଼ାଇ ତାହାର ହତ୍ୟା କରିଥିବା ପୁଲିସ୍‌ ସମ୍ମୁଖରେ ସ୍ବୀକାର କରିଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ପ୍ରାଥମିକ ତନନ୍ତରୁ ଜାଣିବାକୁ ପାଇଛି ଯେ ବାପପୁଅଙ୍କ ଭିତରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ବାପ ଏକ ବେସରକାରୀ ସଂସ୍ଥାରୁ ଅବସର ନେଇଥିବା ବେଳେ ପୁଅ ବେରୋଜଗାର ଥିଲେ। ବାପପୁଅଙ୍କ ଭିତରେ ସେତେଟା ସ୍ନେହ ସଂପର୍କ ନ ଥିଲା। ପୁଅ ପିଲାଟି ଦିନରୁ ହିଁ ଦିବ୍ୟାଙ୍ଗ।

ସମ୍ବନ୍ଧିତ ଖବର