କରେନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପୁଣି ଥରେ ଏହି ମାହାମାରୀ ଭୂତାଣୁର ଶିକାର ହେଲେ

ସିମ୍‌ଲା: ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତି ପୂର୍ବରୁ କରୋନା ଭାଇରସ୍‌ର ଶିକାର ହୋଇ ସୁସ୍ଥ ହେବା ପରେ ପୁଣି ଥରେ ଏହି ମହାମାରୀ ଭାଇରସ୍‌ କବଳରେ ପଡ଼ିଛନ୍ତି। ଶନିବାର ବ୍ୟକ୍ତିଙ୍କ ରିପୋର୍ଟରୁ ପୁନଶ୍ଚ କରୋନା ପଜିଟିଭ୍‌ ବାହାରିବା ପରେ ରାଜ୍ୟରେ ସଂକ୍ରମିତ ହୋଇ ସକ୍ରିୟ ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

ଶନିବାର ରାଜ୍ୟରୁ ଆଉ ଜଣେ ବ୍ୟକ୍ତିଙ୍କ ରିପୋର୍ଟରୁ ମଧ୍ୟ କରୋନା ପଜିଟିଭ୍‌ ବାହାରିଛି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଛି। ଉନା ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ‘ଶନିବାର ପୂର୍ବରୁ କରୋନାରୁ ମୁକ୍ତ ହୋଇଥିବା ଜଣେ ବ୍ୟକ୍ତି ପୁଣି ଥରେ ଏହି ଭାଇରସ୍‌ର ଶିକାର ହେବା ପରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩ ହୋଇଛି ଓ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଛି।’

ହିମାଚଳ ପ୍ରଦେଶ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ, ଉନା ଜିଲ୍ଲାରେ ସମୁଦାୟ ୩ ଜଣ ଲୋକ କରୋନାକୁ ହରାଇ ସୁସ୍ଥ ହୋଇଥିଲେ। ପୁନଶ୍ଚ ଏହି ଭାଇରସ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ସେହି ୩ ଜଣଙ୍କ ମଧ୍ୟରୁ ଜଣେ। ଉନା ଜିଲ୍ଲାରେ ସମୁଦାୟ ୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।

 

ସମ୍ବନ୍ଧିତ ଖବର