କର୍ଣ୍ଣାଟକ : ମାଣ୍ଡ୍ୟାରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ପ୍ରଭାବିତ

ନୂଆଦିଲ୍ଲୀ: ଦେଶରେ ଆଜି ୨ୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ମୋଟ ୯୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣଜାରି ରହିଛି । ତେବେ ଏଥର ଦେଶର ବିଭିନ୍ନ ଅଞ୍ଚଳରେ ଛୋଟବଡ଼ ହିଂସାକାଣ୍ଡର ଖବର ମିଳିବାରେ ଲାଗିଛି । କର୍ଣ୍ଣାଟକର ମାଣ୍ଡ୍ୟା ନିର୍ବାଚନ ମଣ୍ଡଳରେ ଦୁଇ ପ୍ରାର୍ଥୀ-ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱୀମୀଙ୍କ ପୁଅ ନିଖିତ ଗୌଡା ଜେଡିଏସ-କଂଗ୍ରେସ ମେଣ୍ଟ ତରଫରୁ ଲଢୁଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ବିଜେପି ସମର୍ଥୀତ ସ୍ୱାଧୀନ ପ୍ରାର୍ଥୀ ପୂର୍ବତନ ଅଭିନେତା ଅମ୍ବରିଶଙ୍କର ପତ୍ନୀ ସୁମନ୍ତଲା ଅମ୍ବରୀଶ । ଆଜି ଦୁଇ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ କ୍ରମେ ହାତାହାତି ସ୍ତରକୁ ଯାଇଥିଲା ।

ସେହିପରି ମଣିପୁରରେ ସୁରକ୍ଷା କର୍ମୀ ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ ବାଧ୍ୟ ହୋଇ ଲୋକମାନେ ତାହାର ତୀବ୍ର ବିରୋଧ କରିଛନ୍ତି । ଲୋକମାନେ ଜବରଦସ୍ତି ଗୋଟିଏ ପୋଲିଂ ଷ୍ଟେସନକୁ ପ୍ରବେଶ କରିବାରୁ ବାଧ୍ୟ ହୋଇ ପୁଲିସ ଗୁଳି ଚଳାଇଥିଲା । ଏହା ପରେ ଏଠାରେ ପୋଲିଂକୁ ବାତିଲ କରିଦେଇଛନ୍ତି ନିର୍ବାଚନ ଆୟୋଗ । ଅନ୍ୟପକ୍ଷରେ ପଶ୍ଚିମ ବଙ୍ଗରେ ମଧ୍ୟ  ହିଂସା ଦେଖାଦେଇଛି ।

ସମ୍ବନ୍ଧିତ ଖବର