ନୂଆଦିଲ୍ଲୀ: ସଭିଙ୍କୁ ଘାରିଛି ଏବେ ନିର୍ବାଚନ ମାନିଆ। ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସଭିଙ୍କ ମନରେ ଭରି ରହିଛି ଉତ୍ସୁକତା। ଅଷ୍ଟ୍ରେଲିଆରେ ରହୁଥିବା ଜଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ଏ ଦିଗରେ ଏବେ ରେକର୍ଡ ସୃଷ୍ଟି କରି ଚର୍ଚ୍ଚା ପାଲଟିଛନ୍ତି।
ମେଙ୍ଗାଲୁରର ସୁଦ୍ଧିନ୍ଦାରା ହେବାର(୪୧) ନାମକ ଏହି ମୋଦୀଙ୍କ ସମର୍ଥକ ବିଜେପିକୁ ଭୋଟ୍ ଦେବା ପାଇଁ ଅଷ୍ଟ୍ରେଲିଆରୁ ନିଜ ଚାକିରି ଛାଡ଼ି ପଳାଇ ଆସିବା କଥା ବେଶ୍ ଚର୍ଚ୍ଚା ପାଲଟିଛି। ସେ ସିଡ୍ନି ବିମାନବନ୍ଦରରେ ଚାକିରି କରିଥିଲେ। ସାରା ଦୁନିଆ ବୁଲି ଦେଖିବାର ଇଚ୍ଛା ରଖିଥିବା ଏହି ବ୍ୟକ୍ତି ଜଣକ ପୂର୍ବରୁ ଆଉରି କେତକ ଦେଶରେ ମଧ୍ୟ କାମ କରି ସାରିଛନ୍ତି।
ସେ କାହିଁକି ମୋଦୀଙ୍କର ଏତେ ବଡ଼ ପ୍ରଶଂସକ ବୋଲି ପଚରା ଯିବାରୁ ସୁଦ୍ଧିନ୍ଦାରା କହନ୍ତି, ‘ମୁଁ ସବୁବେଳେ ଭାରତୀୟ ବୋଲି ଗର୍ବ ଅନୁଭବ କରେ। ମୁଁ ମୋ ଦେଶ ପାଇଁ ସୀମାରେ ତ ଯାଇ ଲଢ଼ିପାରିବିନି। ଅତି କମରେ ମୋଦୀଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ମୋ ମତ ଦେଇପାରିବି।’