କୋରାପୁଟ: ମାଙ୍ଗାନିଜ୍‌ ଚୋରା ଚାଲାଣ, ସୁରାକ୍‌ ପାଉନି ବିଭାଗ

ଲକ୍ଷ୍ମୀପୁର: କୋରାପୁଟ ଓ ରାୟଗଡା ଜିଲ୍ଲା ସିମାନ୍ତରେ ଥିବା ପ୍ରାୟ ୫ଖଣ୍ଡ ଗାଁ ନିକଟସ୍ଥ ପାହାଡରୁ ପ୍ରବଳ ମାଙ୍ଗାନିଜ୍‌ ରହିଛି। ଏକଥା ଖଣି ବିଭାଗ ଠାରୁ ଆରମ୍ଭ କରି ଉଭୟ ଜିଲ୍ଲା ପ୍ରଶାସନର ଜଙ୍ଗଲ ବିଭାଗ ଓ କିଛି ଅଧିକାରୀ ମାନଙ୍କ ପାଖରେ ମଧ୍ୟ ଖବର ରହିଛିା ଦୁର୍ଭାଗ୍ୟର କଥା ଖଣି ବିଭାଗ ପକ୍ଷରୁ ଗତ ୩ ବର୍ଷରୁ ଉର୍ଦ୍ଧ୍ୱ ହେଲା ଉକ୍ତ ଅଞ୍ଚଳରେ ମାଙ୍ଗାନିଜ୍‌ ଖଣି ଖନନ କରାଯିବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି। ଟେଣ୍ଡର ଆହ୍ଵାନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାର କହିଆସୁଛନ୍ତିି କିନ୍ତୁ କୌଣସି ପ୍ରକାରେ ସରକାରୀ ଭାବେ କାଗଜ ପତ୍ର ହୋଇପାରୁ ନାହିଁ। ଯାହା ଫଳରେ କି ଚୋରା ମାଙ୍ଗାନିଜ୍‌ ମାଫିଆ ମାନେ ଏହାର ଭରଫୁର ଫାଏଦା ନେଇଯାଉଛନ୍ତିା

ଗତ ବର୍ଷ ଅଗଷ୍ଟ ମାସରେ ରାୟଗଡା ଜିଲ୍ଲାର କେରେଡା ଫାଟକ ନିକଟରେ ଗୋଟିଏ ଟ୍ରକ ଜବତ ହୋଇପାରିଥିବା ବେଳେ ଅନ୍ୟ ଏକ ଟ୍ରକ ଖସିଯିବାରେ ସକ୍ଷମ ହୋଇଥିଲାା କେବଳ ରାୟଗଡା ଜିଲ୍ଲାର କେରେଡା ନୁହେଁ ବରଂ ରାୟଗଡା ଜିଲ୍ଲାର ରାଫକଣା ଛକ କୁମ୍ଭିକୋଟା ଦେଇ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳ ଦେଇ ପାର୍ବତିପୁରମ୍‌ ରାସ୍ତାଦେଇ ଆନ୍ଧ୍ରପ୍ରଦେଶକୁ ମଧ୍ୟ ମାଙ୍ଗାନିଜ୍‌ ଚାଲାଣ ହେଉଥିବାର ଖବର ଜଣାପଡିଛିା ଏପରିକି ଗତ କିଛି ମାସ ହେଲା ଏଖବର ପ୍ରଚାର ହୋଇଥିଲେ ମଧ୍ୟ ଅନ୍ୟ ବିଭାଗ ଗୁଡିକ ଏହା ଖଣି ବିଭାଗର କାର୍ଯ୍ୟ କହି ଚୁପ୍‌ ରହିଥିବା ବେଳେ ଲକ୍ଷ୍ମୀପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏହି ମାଙ୍ଗାନିଜ୍‌ ଖନନ କରାଯାଉଥିବା ଜଣା ପଡିଛିା

ରାୟଗଡା ଜିଲ୍ଲାର ଦେଓଝୋଲ୍ଲା ଗାଁ ନିକଟ ପାହାଡ ସମେତ, କୁଟୁଳି ନିକଟସ୍ଥ ପାହାଡ ଓ କୋରାପୁଟ ଜିଲ୍ଲାର ଲୁଲୁପଦର ଠାରୁ ତିନି କୋଲମିଟର ଦୂରରେ ଥିବା ପାହାଡ ସମେତ କୁଟିଙ୍ଗା ନିକଟସ୍ଥ ପାହାଡରୁ ମଧ୍ୟ ମାଙ୍ଗାନିଜ୍‌ ଖନନ କରାଯାଇ ରାତାରାତି ଚାଲାଣ ହେଉଥିବା ଖବର ବର୍ତ୍ତମାନ ଆଲୋଚନା ହେଉଛିା ଅନ୍ୟ ପକ୍ଷରେ ଏହି ଚୋରା ଚାଲାଣ ରୋକିବାକୁ ହେଲେ ପୁଲିସ କିମ୍ବା ବନବିଭାଗର ତତ୍ପରତା ଆବଶ୍ୟକ ରହିଥିବା ବେଳେ ରାତିରେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଆଗକୁ ବିଭାଗ ବଢିପାରୁନଥିବା ଆଳ ଦେଖାଉଥିବା ଜଣାପଡିଛିା

ଏହି ଅଞ୍ଚଳରୁ ମାଙ୍ଗାନିଜ୍‌ ଗତବର୍ଷ ଠାରୁ ଚାଲାଣ ହେଉଥିବା ବେଳେ ବନ୍ଧୁଗାଁ ଥାନାରେ ଦୁଇଟି ଟିପରକୁ ଜବତ କରାଯାଇଥିଲାା ଅଞ୍ଚଳରେ ମାଙ୍ଗାନିଜ୍‌ ରହିଥିବା ଖବର ସତ୍ୟ ହୋଇଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ସରକାରୀ କାଗଜ ପତ୍ର କରାଯାଇ ମାଙ୍ଗାନିଜ୍‌ ଉତ୍ତୋଳନ କରାନଯିବାରୁ ସରକାରଙ୍କ ରାଜସ୍ୱ ହାନୀ ହେଉଥିବା ବେଳେ କଳା ବ୍ୟବସାୟୀ ମାଲାମାଲ୍‌ ହେଉଛନ୍ତିା ଆନ୍ଧ୍ର ନମ୍ବରର ଟ୍ରକ ମାନଙ୍କରେ ଏହା ଚାଲାଣ ହେଉଥିବା ବେଳେ ଗୋଟିଏ ଗୋଟିଏ ଟ୍ରକ ଲୋଡ ପିଛା ଲକ୍ଷାଧିକ ଟଙ୍କାରେ ବିକ୍ରୟ ହେଉଥିବା ଜଣାପଡିଛିା ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କଲେ ସରକାରଙ୍କୁ ରାଜସ୍ୱ ଆସିବା ସମ୍ଭବନା ରହିଛି।

ସମ୍ବନ୍ଧିତ ଖବର