ଇମ୍ଫାଲ: ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। କୁକି ବିଦ୍ରୋହୀମାନେ ଉପତ୍ୟକାର କାଙ୍ଗପୋକପି ସହରରେ ପ୍ରବେଶ କରିଛନ୍ତି। ସହରରେ ଡିସି କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ଏହା ବ୍ୟତୀତ କାଙ୍ଗପୋକପିର ଏସପି ମଧ୍ୟ ଆହତ ହୋଇଛନ୍ତି। ହିଂସା ଯୋଗୁଁ କାଙ୍ଗପୋକପି ଅଂଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି | ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି | ଉଲ୍ଲେଖ ଥାଉ କି କାଙ୍ଗପୋକପି ହେଉଛି ସେହି ଅଂଚଳ ଯେଉଁଠାରେ କୁକି ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବହୁଳ ଭାବେ ରୁହନ୍ତି | ଏହି ଅଂଚଳରେ ବି ପୂର୍ବରୁ ହିଂସାର ଚିତ୍ର ସାମ୍ନାକୁ ଆସିଛି |
ମେ ୩, ୨୦୨୩ ପରଠାରୁ ରାଜ୍ୟ କ୍ରମାଗତ ଭାବରେ ହିଂସାର ନିଆଁରେ ଜଳୁଛି। ୩୧ ଡିସେମ୍ବର ୨୦୨୪ରେ ମଣିପୁର ହିଂସା ପାଇଁ ମୁଖ୍ୟମନ୍ତ୍ରୀ ବିରେନ ସିଂ କ୍ଷମା ମାଗିଥିଲେ। ସେ ୨୦୨୪ ବର୍ଷକୁ ଦୁର୍ଭାଗ୍ୟରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ | ବିରେନ୍ ସିଂ କହିଥିଲେ ଯେ ଏପର୍ଯ୍ୟନ୍ତ ହିଂସା ପାଇଁ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗୁଛନ୍ତି।
ଅନେକ ଲୋକ ସେମାନଙ୍କ ପ୍ରିୟ ପରିଜନଙ୍କୁ ହରାଇଛନ୍ତି ଏବଂ ଅନେକ ଲୋକ ସେମାନଙ୍କ ବାସସ୍ଥାନ ହରାଇ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି। ଜାତିଆଣ ହିଂସାକୁ ନେଇ ରାଜ୍ୟରେ ଏଭଳି ସ୍ଥିତି ଉପୁଜିଥିବାରୁ ମୁଁ ବାସ୍ତବରେ ଖୁବ୍ ଅନୁତପ୍ତ ବୋଲି ସିଂ କହିଥିଲେ | ୨୦୨୫ରେ ରାଜ୍ୟରେ ସ୍ବାଭାବିକ ସ୍ଥିତି ଓ ଶାନ୍ତି ଫେରିବ। ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟ ସେମାନଙ୍କ ଅତୀତର ତ୍ରୁଟିକୁ ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
ସିଂଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୧୨୨୪୭ ଏଫଆଇଆର ପଂଜିକୃତ ହୋଇଛି ଏବଂ ୬୨୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ବିସ୍ଫୋରକ ସମେତ ୫୬୦୦ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/01/03/GuBpUDMB2GBMG6HP5cnB.jpg)