ବଲିଉଡ୍ର ବରିଷ୍ଠ ଅଭିନେତା ମନୋଜ ବାଜପେୟୀ ନିକଟରେ ତାଙ୍କ ଫିଲ୍ମ ‘ଗୁଲ୍ମୋହର’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଜିତିଛନ୍ତି। ଏବେ ପର୍ଯ୍ୟନ୍ତ ୧୦୦ଟି ସିନେମାରେ ଅଭିନୟ କରିଥିବା ବାଜପେୟୀ ନିକଟରେ ତାଙ୍କର ଏକ ଘର ବିକ୍ରି ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବା ସହ ଭଲ ରୋଜଗାର ମଧ୍ୟ କରିଛନ୍ତି। ମୁମ୍ବାଇରେ ତାଙ୍କର ଏକାଧିକ ଘର ରହିଛି। ଖବର ମିଳିଛି ଯେ ସେ ସେଥିରୁ ଗୋଟିଏ ଘର ବିକ୍ରି କରି ଦେଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ମନୋଜ ବାଜପାୟୀ ତାଙ୍କର ଏକ ବିଳାସମୟ ଆପାର୍ଟମେଣ୍ଟ୍ରେ ଥିବା ଫ୍ଲାଟ୍କୁ ୯ କୋଟି ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଏହି ଘରକୁ ସେ ୨୦୧୩ ମସିହାରେ ପତ୍ନୀ ସବାନା ବାଜପେୟୀଙ୍କ ସହ ମିଶି କିଣିଥିଲେ। ଏହାକୁ କିଣିବା ସମୟରେ ଏହି ଫ୍ଲାଟ୍ର ଦାମ ୬.୪ କୋଟି ଟଙ୍କା ଥିଲା। ୧୧ ବର୍ଷ ପରେ ସେହି ଘରକୁ ସେ ୨.୬ କୋଟି ଅଧିକ ଟଙ୍କାରେ ବିକ୍ରି କରିଛନ୍ତି।
‘ବଲିଉଡ୍ ହଙ୍ଗାମା’ର ରିପୋର୍ଟରେ କୁହାଯାଇଛି ଯେ ଅଭିନେତା ୫୪ ଲକ୍ଷ ଷ୍ଟାମ୍ପ୍ ଡ୍ୟୁଟି ଦେଇ ଏହି ଘରକୁ କିଣିଥିଲେ। ତାଙ୍କର ଏହି ଘର ମୁମ୍ବାଇର ମିନର୍ଭାରେ ଅବସ୍ଥିତ। ମହାଲକ୍ଷ୍ମୀ ଟାୱାର୍ ଆପାର୍ଟମେଣ୍ଟ୍ରେ ଥିବା ଏହି ଫ୍ଲାଟ୍ର କାର୍ପେଟ ଏରିଆ ୧୨୪୭ ବର୍ଗ ଫୁଟ୍। ସେ ଏବେ ନିଜ ପତ୍ନୀ ଓ ଝିଅଙ୍କ ସହ ଲୋଖଣ୍ଡୱାଲାରେ ରହୁଛନ୍ତି।