ବିଶ୍ୱ ସୁନ୍ଦରୀଙ୍କ ବଲିଉଡ୍‌ ପ୍ରବେଶ; ଫର୍‌ହା ଦେଉଛନ୍ତି ବ୍ରେକ୍‌

ମୁମ୍ବାଇ: ଭାରତୀୟ ସୁନ୍ଦରୀ ମାନୁଷୀ ଚିଲର ବିଶ୍ୱ ସୁନ୍ଦରୀ ମୁକୁଟ ଜିତବା ପରେ ବଲିଉଡ୍‌ରେ ପ୍ରବେଶ କରିପାରନ୍ତି ବୋଲି ଅନେକଙ୍କ ଧାରଣ ରହିଥିଲା। ମାତ୍ର ବିଶ୍ୱ ସୁନ୍ଦରୀ ମୁକୁଟ ଜିତିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ବି ତାଙ୍କୁ ବଲିଉଡ୍‌ରେ ଦେଖିବାକୁ ପାଇନଥିଲେ ଦର୍ଶକେ। ମାତ୍ର ଏବେ ସୂଚନା ରହିଛି ଯେ ମାନୁଷୀ ଚିଲରଙ୍କୁ ବ୍ରେକ ଦେବାକୁ ଯାଉଛନ୍ତି ସିନେ ନିର୍ମାତା ତଥା କୋରିଓଗ୍ରାଫର ଫର୍‌ହା ଖାନ। ଏପରିକି ସେମାନେ ଏବେ ପରବର୍ତ୍ତୀ ସିନେମା ପାଇଁ କାମ ଆରମ୍ଭ କରି ଦେଇଥିବା ବି ଜାଣିବାକୁ ମିଳିଛି।

ପୂର୍ବରୁ ଅନେକ ଥର ମାନୁଷୀ ବଲିଉଡ୍‌ ପ୍ରତି ନିଜର ଆଗ୍ରହ ଦେଖାଇ ସାରିଛନ୍ତି। ଏବେ ବିଶ୍ୱ ସୁନ୍ଦରୀ ତଥା ମଡେଲ ମାନୁଷୀଙ୍କ ପାଇଁ ଏକ ଗୌଭାଗ୍ୟର ସମୟ ଯେ ତାଙ୍କୁ ଖୁବ୍‌ ଶୀଘ୍ର ଅଭିନୟ କ୍ଷେତ୍ରରେ ବି ଦେଖିବାକୁ ମିଳିବ। ପୂର୍ବରୁ ମାନୁଷୀ ରଣବୀର ସିଂହଙ୍କ ସହ ଏକ ବିଜ୍ଞାପନରେ ଦେଖିବାକୁ ମିଳି ସାରିଛନ୍ତି। ତାଙ୍କୁ ଏ ନେଇ ବହୁ ପ୍ରଶଂସା ମିଳିସାରିଛି। ସେ ୨୦୦୭ ମସିହାରେ ଚୀନ୍‌ଠାରେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତଥିଲେ। ମାନୁଷୀ ଜଣେ ଡାକ୍ତରୀ ଛାତ୍ର।

ସମ୍ବନ୍ଧିତ ଖବର