ରାଉରକେଲା: ବିଜେପି ସରକାର ଦାୟିତ୍ବ ନେବା ପରେ ଦଳରେ ବିଭିନ୍ନ ପଦପଦବି ହାତେଇବାକୁ ନେଇ ଏବେ ଚାଲିଛି ପ୍ରତିଯୋଗିତା। ଆସନ୍ତା ମାସକ ଭିତରେ ଖାଲି ପଡ଼ିଥିବା ନିଗମ ଓ ଅନ୍ୟ ପଦବି ପୂରଣ ପାଇଁ ବିଜେପି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିବା ପରେ ରାଉରକେଲାର ନେତାମାନେ ଲବି ଆରମ୍ଭ କରିଦେଇଛନ୍ତି।
ଦଳର କେତେକ ବରିଷ୍ଠ ନେତା ଏବଂ ନୂଆ କରି ସାମିଲ ହୋଇଥିବା ଅନ୍ୟଦଳର ନେତା ଭୁବନେଶ୍ବରରେ ଡେରା ପକାଇଛନ୍ତି। ଏସବୁ ଭିତରେ ବିଜେଡି ଓ କଂଗ୍ରେସର କେତେକ ନେତା ଓ କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ଆଜି (ସୋମବାର) ସେକ୍ଟର-୩ ପାର୍ଟି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ବିଜେପି ସାଙ୍ଗଠନିକ ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟାଙ୍କ ଉପସ୍ଥିତିରେ ଶତାଧିକ ବିଜେଡି ଓ କଂଗ୍ରେସ ନେତା ଓ କର୍ମୀ ସାମିଲ ହେବେ ବୋଲି ବିଜେପି ପକ୍ଷରୁ କହାଯାଇଛି। ତେବେ, ବିଜେଡି ଓ କଂଗ୍ରେସର କେଉଁ ନେତା କର୍ମୀ ସାମିଲ ହେବାର ଅଛି, ସେ ସଂକ୍ରାନ୍ତରେ ବିଜେପି ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।
ବିଜେଡି ସରକାରରୁ ଯିବା ପରେ କେତେକ ନେତା ଓ କର୍ମୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଆଉ ଏତେଟା ଦେଖିବାକୁ ମିଳୁନି। ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ବିଜେଡି ଓ ବିଜେପିରୁ ବିଜେଡିରେ ସାମିଲ ହୋଇଥିବା କିଛି ପୁରୁଣା ନେତା ବିଜେପି ସମ୍ପର୍କରେ ଅଛନ୍ତି। କେବଳ ଏତିକି ନୁହେଁ ଦିଲୀପ ରାୟଙ୍କୁ ବିଜେପି ବିଧାୟକ ଟିକେଟ୍ ମିଳିବା ପରେ ବିଜେପିରୁ ଦୂରେଇ ଯାଇଥିବା କିଛି ନେତା ଓ କର୍ମୀ ପୁଣି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଆର୍ଏମ୍ସି ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସ ଓ ବିଜେଡି କିଛି ନେତା କର୍ପୋରେଟର ହେବା ଆଶାରେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଅନ୍ୟ ଦଳରୁ ଡିଆଁମରାନେତା ଓ ନୂଆ କରି ସାମିଲ ହୋଇଥିବା କିଛି ନେତାଙ୍କୁ ବିଜେପିରେ ଅଗ୍ରାଧିକାର ଦିଆଯାଉଥିବାରୁ ପୁରୁଣା ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଗତ ଦିନରେ ବିଜେପିର ଅନେକ କାର୍ଯ୍ୟକ୍ରମରେ ନୂଆନେତା ଓ ପୁରୁଣା ନେତା ପୃଥକ ପୃଥକ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଥିଲା।
ନିକଟରେ ରାହୁଲ ଗାନ୍ଧୀ ଓଡ଼ିଶା ଗ୍ରସ୍ତରେ ଆସିଥିଲେ। ଦଳର ନେତା ଓ କର୍ମୀଙ୍କୁ ଏକାଠି କରି କାମ କରିବାକୁ ଆହ୍ବାନ ଦେଇଛନ୍ତି। ଏହା ସତ୍ତ୍ବେ ରାଉରକେଲା ଜିଲ୍ଲା କଂଗ୍ରେସ ଗୋଷ୍ଠୀ ବିବାଦ ଥମୁନି। ବିଜେଡି ସରକାରରୁ ଯିବା ପରେ କେତେକ ନେତା ଓ କର୍ମୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଆଉ ଏତେଟା ଦେଖିବାକୁ ମିଳୁନି। ନିର୍ବାଚନ ସମୟରେ କଂଗ୍ରେସ ଛାଡ଼ି ବିଜେଡି ଓ ବିଜେପିରୁ ବିଜେଡିରେ ସାମିଲ ହୋଇଥିବା କିଛି ପୁରୁଣା ନେତା ବିଜେପି ସମ୍ପର୍କରେ ଅଛନ୍ତି। କେବଳ ଏତିକି ନୁହେଁ ଦିଲୀପ ରାୟଙ୍କୁ ବିଜେପି ବିଧାୟକ ଟିକେଟ୍ ମିଳିବା ପରେ ବିଜେପିରୁ ଦୂରେଇ ଯାଇଥିବା କିଛି ନେତା ଓ କର୍ମୀ ପୁଣି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଆର୍ଏମ୍ସି ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସ ଓ ବିଜେଡି କିଛି ନେତା କର୍ପୋରେଟର ହେବା ଆଶାରେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଅନ୍ୟ ଦଳରୁ ଡିଆଁମରାନେତା ଓ ନୂଆ କରି ସାମିଲ ହୋଇଥିବା କିଛି ନେତାଙ୍କୁ ବିଜେପିରେ ଅଗ୍ରାଧିକାର ଦିଆଯାଉଥିବାରୁ ପୁରୁଣା ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଗତ ଦିନରେ ବିଜେପିର ଅନେକ କାର୍ଯ୍ୟକ୍ରମରେ ନୂଆନେତା ଓ ପୁରୁଣା ନେତା ପୃଥକ ପୃଥକ କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଦଳଡିଆଁ ଓ ନୂଆ କରି ଯୋଗଦେଇଥିବା ନେତାମାନଙ୍କୁ ନିୟନ୍ତ୍ରଣ କରିବାରେ ବିଜେପି ନେତାମାନେ କେତେଦୂର ସକ୍ଷମ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।