କାମାକ୍ଷାନଗର: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଏବେ ବାରହା ଶିକାରୀଙ୍କ ଭୂସ୍ୱର୍ଗ ପାଲଟିଛି l କାଦୁଆ, ଭାଗିରଥିପୁର, ମହୁଲପାଳ, ବିଜାଡ଼ିହି  ଆଦି ଗ୍ରାମରେ ବାରହା ଶିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି l ସଞ୍ଜ ନଇଁଲେ ବିଭିନ୍ନ ଖୋଲାପଡ଼ିଆ ଓ ବାରହା ଯାତାୟତ କରୁଥିବା ସ୍ଥାନରେ ବୋମା ଖଞ୍ଜି ବାରହା ଶିକାର ପାଇଁ ଯୋଜନା କରୁଛନ୍ତି ଶିକାରୀ l ଫଳରେ ସୁବିଧାରେ ବାରହା ଶିକାର କରି ବେଶ ମାଲାମାଲ ହେଉଛନ୍ତି ଶିକାରୀ l କିନ୍ତୁ ଏହି ବାରହା ଶିକାର ପାଇଁ ବୋମା ଖଞ୍ଜା ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି l

Advertisment

ବାରହା ଶିକାର ପାଇଁ ଖଞ୍ଜା ଯାଉଥିବା ବୋମା ଯୋଗୁ ଅନେକ ଗାଈଗୋରୁ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଅନେକ ଗୁରୁତର ହେଉଛନ୍ତି l କାଦୁଆ ଗ୍ରାମରେ ଗତ କିଛି ମାସ ମଧ୍ୟରେ ଅନେକ ଲୋକଙ୍କ ଗାଈଗୋରୁ ବୋମା ଯୋଗୁ ମୃତ୍ୟୁବରଣ କରିଥିବା ବେଳେ ଏବେ ଗ୍ରାମର ଅନେକ ଗାଈ ନିଜର ଗୋଡ଼ ହରାଇଛନ୍ତି l ଯାହାକୁ ନେଇ ବାରମ୍ବାର ବନବିଭାଗକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତେଣୁ ତୁରନ୍ତ ବନବିଭାଗ ବାରହା ଶିକାରୀଙ୍କ ଉପରେ ରୋକ ଲଗାଇବା ସହ ବେଆଇନ ବାରହା ଶିକାର ବନ୍ଦ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ l ବୋମା ଭୟ ଯୋଗୁ ଗ୍ରାମବାସୀମାନେ ନିକଟରେ ଥିବା ପଡ଼ିଆକୁ ଗାଈ ଛାଡ଼ିବାକୁ ଭୟ କରୁଥିବା ବେଳେ ଗାଈ ଚରାଉଥିବା ଗୋପାଳ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି l ଏହା ଉପରେ ଜିଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।