ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁର ବ୍ଲକରେ ମାଓଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି। ଆଜି ସକାଳୁ ହନୁମନ୍ତପୁର ପଙ୍କାଳଗୁଡି ପୂର୍ତ୍ତ ଵିଭାଗ ମୁଖ୍ୟ ରାସ୍ତା ଠାରୁ ହନୁମନ୍ତପୁର ବ୍ରିଜ ପର୍ଯ୍ୟନ୍ତ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛିI ମାଓ ପୋଷ୍ଟର ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି।
ପୋଷ୍ଟରରେ ସିପିଆଇ(ମାଓବାଦୀ) ବାଘୁନା ଡିଭିଜନ ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଓ ବ୍ୟାନରରେ ନାରୀ ମୁକ୍ତ ସମ୍ମାନ, ସମସ୍ତଙ୍କ ହାତକୁ କାମ,ଶିକ୍ଷା ଓ ଚିକିତ୍ସାର ଗ୍ୟାରେଣ୍ଟି, ମୌଳିକ ସମାଧାନ ପାଇଁ ନୂଆ ଗଣତନ୍ତ୍ର ଵିପ୍ଲବରେ ଯୋଗ ଦେବା ପାଇଁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଚନ୍ଦ୍ରପୁର/ଡ଼ଙ୍ଗସୋରଡ଼ା ପୁଲିସ ପୋଷ୍ଟର ଲାଗିବା ସ୍ଥାନରେ ପହଞ୍ଚି ତଦନ୍ତ କରୁଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/yZk4P9p1QKGoANonQIPO.jpg)