ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାରେ ମାଓବାଦୀମାନେ ୬ଟି ଗାଡ଼ି ଓ ଦୁଇଟି ଜେସିବି ପୋଡ଼ି ଦେଇଛନ୍ତି। ଲାତେହାର ଜିଲ୍ଲା ପୁଲିସ ରବିବାର ଏହି ସୂଚନା ଦେଇଛି। ଘଟଣାଟି ଶନିବାର ରାତିରେ ଚାନ୍ଦୱା ଥାନା ଅନ୍ତର୍ଗତ ଟୁରିସାଟ ଗାଁରେ ଘଟିଛି।
ବାଲୁମଥ ଡିଏସ୍ପି ବିନୋଦ ରାୱାନିଙ୍କ ଅନୁସାରେ, ମାଓବାଦୀମାନେ ଶନିବାର ବିଳମ୍ବିତ ରାତିରେ ଆସି ନିର୍ମାଣ କାର୍ଯ୍ୟରେ ଲାଗିଥିବା ୬ଟି ଗାଡ଼ି ଓ ୨ଟି ଜେସିବିରେ ନିଆଁ ଲଗାଇ ଦେଇଥିଲେ। ଏହି ମାମଲାର ତଦନ୍ତ ଆରମ୍ଭ ହୋଇଯାଇଛି। ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି। ନିର୍ମାଣକାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଦାବି କରିଛନ୍ତି ଯେ କିଛିଲୋକ ମାଓବାଦୀ ପୋଷାକ ପିନ୍ଧି ଆସି ପ୍ରଥମେ ସେମାନଙ୍କର ମୋବାଇଲ୍ ଲୁଟି ନେଇଥିଲେ। ଏହାପରେ ଗାଡ଼ିଗୁଡ଼ିକ ପୋଡ଼ି ଦେଇଥିଲେ।

maoists