ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଉପରବେଡା ଗ୍ରା.ପର ଗଣ ଦୂଷ୍ଟର୍ମ ଅଭିଯୋଗ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଦୁବୁଲାବେଡା ଗ୍ରାମରେ କରମ ପରବ ଚାଲିଥିବା ସମୟରେ ଜଣେ ନାବାଳିକା ବାହାରକୁ ବାହାରିଥିବା ସମୟରେ ଦୁଇଜଣ ଯୁବକ ୧୪ ବର୍ଷର ନାବାଳିକାଙ୍କୁ ୧୪ ସେପ୍ଟେମ୍ବର ରାତ୍ରିରେ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ । ତେବେ ନାବାଳିକାଙ୍କ ପିତାମାତା ଉଭୟ ମୃତ୍ୟୁବରଣ କରିଥିବାରୁ ସେନେଇ କାହାକୁ କିଛି କହିନଥିଲେ । ତେବେ ପରବର୍ତୀ ସମୟରେ ଦୁଷ୍କର୍ମ ହୋଇଥିବାରୁ ସେ ଗୁରୁତର ଆହତ ହୋଇଥିବାରୁ ପିଡିତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣ ଯୁବକଙ୍କ ନାମରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ କେସ୍ ନଂ ୧୨୯/୨୪ ରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ । ତେବେ ଗତ ୨୬ ସେପ୍ଟେମ୍ବରରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଯୁବକ ଦ୍ୱୟ ହେଲେ ଦୁବୁଲାବେଡା ଗ୍ରାମର ମିଲନ୍ ଓରଫ୍ ପ୍ରଣବ କୁମାର ମହାନ୍ତ (୨୬) ଏବଂ ମିନ୍ଟୁ ଓରଫ୍ ମିତ୍ରଭାନୁ ମହାନ୍ତ (୨୫) ।
ତେବେ ଘଟଣାର ମାସେ ହେବାକୁ ବସିଲାଣି କିନ୍ତୁ ପିଡିତା ଜଣକ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ଏଣୁ ପିଡିତାଙ୍କୁ ନ୍ୟାୟ ଦାବିରେ ଏବଂ ଜାମଦା ଥାନା ମାନବୀର ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଚାନ୍ଦନୀ ଆଲଡାଙ୍କ ମୃତ୍ୟୁ ପରେ ତାଙ୍କୁ କଟକରୁ ଏକ ଘରୋଇ କାରର ଡିକିରେ ତାଙ୍କ ମୃତଦେହକୁ ଜାମଦାକୁ ଆଣିଥିଲେ । ଶବକୁ ଅସମ୍ମାନ ଏବଂ ତାହାର କ୍ଷତିପୂରଣ ସହିତ ନ୍ୟାୟ ଦାବି କରାଯାଇଛି । ଏ ନେଇ ଆଜି ରାଇରଙ୍ଗପୁର ଜଗନ୍ନାଥ ମାର୍କେଟରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆଦିବାସୀ ସଂଗଠନ ଯଥା- ସିଦାହରା ସୁସାର ଆକାଳା, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ, ବିଜୁ ଜନତା ଦଳ, ଆସେକା ମୁଖ୍ୟ କାର୍ଯ୍ୟଳୟ, ବାଦାମପାହାଡର ମିଳିତ ଆଦିବାସୀ ସଂଘ, ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ(ମାସା), କୁସୁମୀ ବ୍ଲକ୍ ଆସେକା, କାଦୁଆଣୀର ଆସେକା, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମେତ ବହୁ ଆଦିବାସୀ ସଂଗଠନର ହଜାର ହଜାର ଲୋକେ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବିଗୁଡିକ ହେଲା;- ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଆର୍ଥିକ ଓ ସାମାଜିକ ନ୍ୟାୟ ପ୍ରଦାନ କରାଯାଉ, ଦୋଷୀମାନଙ୍କୁ ଅବିଳମ୍ବେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ, ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କରାଯାଉ, ଚିକିତ୍ସାରେ ଅବହେଳା ଜନିତ ମାନବୀର ଆଶ୍ରମ ସ୍କୁଲର ଛାତ୍ରୀ ଚାନ୍ଦିନୀ ଆଲଡାଙ୍କ ପରିବାରକୁ ଯଥାଶୀଘ୍ର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରା ଓ ମେଟ୍ରୋନ୍ କୁଇଲୁ ଟୁଡୁଙ୍କ ବିରୁଦ୍ଧରେ ଯଥାଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଉକ୍ତ ଦାବି ପୂରଣ ନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଦାବିପତ୍ର ପ୍ରଦାନ ସମୟରେ ଆଦିବାସୀ ସଂଗଠନର ଜେଏମଏମର ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ, ଦୂବରାଜ ନାଗ୍ ,ସାଲୁ କିସ୍କୁ, ସୁନିଲ୍ ସୋରେନ, ଘନଶ୍ୟାମ ପିଙ୍ଗୁଆ, ସୁକଲାଲ୍ ମାରାଣ୍ଡି, ଚକ୍ରଧର ହେମ୍ବ୍ରମ, ପରେଶ ମୁଣ୍ଡା, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି, ନାରାୟଣ ମୁର୍ମୁ, ରାମ ମୁର୍ମୁ, ମାସାଙ୍ଗ ହେମ୍ବ୍ରମ, ପିଥ ସୋରେନ, ଠାକୁର ହେମ୍ବ୍ରମ, ଜେମାମଣୀ ସୁଣ୍ଢି, ଦୂର୍ଗା ସୋରେନଙ୍କ ସମେତ ହଜାର ହଜାର ଆଦିବାସୀ ଶୋଭାଯାତ୍ରାରେ ସାମିଲ୍ ହୋଇ ରାଜ୍ୟ ଓ କେନ୍ଦ୍ର ସରକାର,ବିଧାୟକ ଓ ସାଂସଦଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/Bs88Ofw1kG4NIYA77I9c.jpg)