ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ବାହାଘର ଶୋଭାଯାତ୍ରାକୁ ନେଇ ତୁମୁଳକାଣ୍ଡ ଘଟିଛି | ଏଥିରେ
ବାଘାଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ସମେତ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଛି l ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି |
ବାହାଘର ପ୍ରୋସେସନ ଚାଲିଥିବା ବେଳେ କିଛି ଯୁବକ ମାତାଲ ଅବସ୍ଥାରେ ଗ୍ରାମର କିଛି ଘରକୁ ଇଟାପଥର ଫୋପାଡ଼ିଥିଲେ | ଏହାକୁ ପ୍ରତିବାଦ କରିବାରୁ ଘରେ ପଶି ଖଣ୍ଡା ଏବଂ ଲୁହାଛଡ଼ରେ ଆକ୍ରମଣ କରିଥିବା ସୂଚନା ମିଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/21/attack-2025-08-21-02-24-05.jpg)