ସୁନ୍ଦରଗଡ଼: ଯେତେବେଳ ମଣିଷ ଦୁନିଆ ଦାଣ୍ଡରେ ଅସହାୟ ହୋଇଯାଏ, ଏକା ଆଗକୁ ବଢ଼ିବାକୁ ସକ୍ଷମ ନଥାଏ, ସେତେବେଳେ କେହି ନା କେହି ଦେବଦୂତ ଭଳି ପାଖରେ ଉଭା ହୋଇ ଯାଆନ୍ତି। ସହାୟତାର ହାତ ବଢ଼ାଇ ଦିଅନ୍ତି। ସୁନ୍ଦରଗଡ଼ରେ ଅସହାୟଙ୍କୁ ସହାୟ ହୋଇଥିବାର ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ତିନି ଜଣ ଅସହାୟ ପରିବାରର ପୁଅଝିଅଙ୍କ ବିବାହ କରାଇଛି ଶ୍ରୀକୃଷ୍ଣ ପ୍ରଣାମୀ ଜନ କଲ୍ୟାଣ ଟ୍ରଷ୍ଟ। ଏହା ସମାଜରେ ମଣିଷପଣିଆ ଏବେ ବି ଜୀବିତ ଥିବା ପ୍ରମାଣିତ କରିଛି ।
ବୈଦିକ ରୀତି ନୀତିରେ ଚାଲିଛି ମନ୍ତ୍ର ପାଠ । ବେଦୀରେ ବସିଛନ୍ତି ତିନି ନବ ଦମ୍ପତି। ଗୋଟିଏ ବେଦୀରେ ତିନି ନବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ କରାଯାଉଛି। ଏହା କୌଣସି ସାଧାରଣ ବିବାହ ଉତ୍ସବ ନୁହେଁ। ଏହି ବିବାହ ପଛରେ ରହିଛି ମହତ ଉଦେ୍ଦଶ୍ୟ । ଗରିବ ଅସହାୟ ପାରିବାର ଏବଂ ଅନାଥ କନ୍ୟା ଯେଉଁ ମାନଙ୍କ ପରିବାର ସକ୍ଷମ ନୁହଁନ୍ତି ଆଡମ୍ବର ସହିତ ବିବାହ କରାଇବା ପାଇଁ । ସେମାନଙ୍କ ବିବାହ କରାଇବା ପାଇଁ ଆଗେଇ ଆସିଥିଲେ ସୁନ୍ଦରଗଡ଼ ଭିତିରିଆପଡ଼ାର ଶ୍ରୀକୃଷ୍ଣ ପ୍ରଣାମୀ ଜନ କଲ୍ୟାଣ ଟ୍ରଷ୍ଟ। ଏହି ତିନି ଯୁବକଯୁବତୀଙ୍କୁ ବିବାହ କରାଇବା ସହ ସମସ୍ତ ଖର୍ଚ୍ଚ ବହନ କରି ନବ ଦମ୍ପତିଙ୍କ ସୁଖ ଦାମ୍ପତ୍ୟ ଜୀବନ କାମନା କରିଥିବା ବେଳେ ନବ ଦମ୍ପତି ମଧ୍ୟ ବିବାହ କରି ବେଶ ଖୁସି ଅନୁଭବ କରିଛନ୍ତି।
ବୈଦିକ ରୀତି ନୀତିରେ ଚାଲିଛି ମନ୍ତ୍ର ପାଠ । ବେଦୀରେ ବସିଛନ୍ତି ତିନି ନବ ଦମ୍ପତି । ଗୋଟିଏ ବେଦୀରେ ତିନି ନବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ କରାଯାଉଛି। ଏହା କୌଣସି ସାଧାରଣ ବିବାହ ଉତ୍ସବ ନୁହେଁ। ଏହି ବିବାହ ପଛରେ ରହିଛି ମହତ ଉଦେ୍ଦଶ୍ୟ । ଗରିବ ଅସହାୟ ପାରିବାର ଏବଂ ଅନାଥ କନ୍ୟା ଯେଉଁ ମାନଙ୍କ ପରିବାର ସକ୍ଷମ ନୁହଁନ୍ତି ଆଡମ୍ବର ସହିତ ବିବାହ କରାଇବା ପାଇଁ । ସେମାନଙ୍କ ବିବାହ କରାଇବା ପାଇଁ ଆଗେଇ ଆସିଥିଲେ ସୁନ୍ଦରଗଡ଼ ଭିତିରିଆପଡ଼ାର ଶ୍ରୀକୃଷ୍ଣ ପ୍ରଣାମୀ ଜନ କଲ୍ୟାଣ ଟ୍ରଷ୍ଟ। ଏହି ତିନି ଯୁବକଯୁବତୀଙ୍କୁ ବିବାହ କରାଇବା ସହ ସମସ୍ତ ଖର୍ଚ୍ଚ ବହନ କରି ନବ ଦମ୍ପତିଙ୍କ ସୁଖ ଦାମ୍ପତ୍ୟ ଜୀବନ କାମନା କରିଥିବା ବେଳେ ନବ ଦମ୍ପତି ମଧ୍ୟ ବିବାହ କରି ବେଶ ଖୁସି ଅନୁଭବ କରିଛନ୍ତି।
ଗତ ତିନି ବର୍ଷରୁ ଏପରି ଅସହାୟ ପରିବାର ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କୁ ବିବାହ କରାଉଛି ଅନୁଷ୍ଠାନ । ବିବାହର ସମସ୍ତ ଖର୍ଚ୍ଚ ବହନ କରିବା ସହ ଉପହାର ସଦୃଶ ଯାହା ଗୋଟେ ସାଧାରଣ ବିବାହରେ ଦିଆଯାଏ ତାହା ସମସ୍ତ ଘରକରଣା ସାମଗ୍ରୀ ପ୍ରଦାନ କରାଯାଇଛି। ଏହି ନବ ଦମ୍ପତିଙ୍କ ମଧ୍ୟରୁ କାହାର ବାପା ନାହାନ୍ତି ତ ଆଉ କାହାର ମାଆ ନାହାନ୍ତି। ଅନୁଷ୍ଠାନ ସଦସ୍ୟମାନେ ସେମାନଙ୍କ ବାପା ମାଆ, ପରିବାରର ସଦସ୍ୟ ଭଳି ବିବାହ କରି ଉଦାହାରଣ ସୃଷ୍ଟି କରିଛନ୍ତି।