କୋରାପୁଟ: ନୂଆ ସରକାର ଆସିବା ପରେ ପ୍ରଥମ ମାଟ୍ରିକ ପରୀକ୍ଷା ଆସନ୍ତା ୨୧ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ କରିବା ପାଇଁ ନୂଆ ସରକାର ଯୋଜନା କରିଛନ୍ତି। କୋରାପୁଟ ଜିଲ୍ଲାର ୨୭୪ଟି ହାଇସ୍କୁଲ, ଗୋଟିଏ ମଧ୍ୟମା ଓ ୧୨ଟି ମୁକ୍ତ ବିଦ୍ୟାଳୟ (ଏସଓଏସସି) ର ୧୬୪୫୦ଜଣ ଛାତ୍ରଛାତ୍ରୀ ୭୮ଟି କେନ୍ଦ୍ରରେ ପରୀକ୍ଷା ଦେବେ।
ସୂଚନା ଯୋଗ୍ୟ, ଜିଲ୍ଲାର ୧୪ଟି ବ୍ଲକ, ୪ଟି ପୌରାଚଂଳରେ ୧୦ଟି ନୋଡାଲ କେନ୍ଦ୍ର କରାଯାଇଛି। ଏଥରକ ୧୬୦୬୧ଜଣ ଛାତ୍ରଛାତ୍ରୀ ରେଗୁଲାରରେ ପରୀକ୍ଷା ଦେବା ପାଇଁ ଫର୍ମଫିଲଅଫ୍ କରିଥିଲେ। ସେଭଳି ଏକ୍ସ ରେଗୁଲାରରେ ୭୬ଜଣ, ପତ୍ରବିନିମୟରେ ୨୭୫, ମୁକ୍ତ ବିଦ୍ୟାଳୟରେ ୨୭୫ ଓ ମଧ୍ୟମାରେ ୧୪ଜଣ ଏଭଳି ୧୬୪୫୦ଜଣ ପରୀକ୍ଷା ଦେବା ପାଇଁ ଫର୍ମଫିଲଅଫ୍ କରିଥିଲେ। ସରକାରୀ ହାସ୍କୁଲରେ ୪୦ଟି, ସେବାଶ୍ରମ ହାଇସ୍କୁଲରେ ୨୧ଟି , ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ୧୩ଟି, ଅଣ ଅନୁଦାନ ପ୍ରାପ୍ତ ହାଇସ୍କୁଲ ୪ଟି ଏଭଳି ୭୮ଟି କେନ୍ଦ୍ର କରାଯାଉଛି। ଜୟପୁର ବ୍ଲକ ଓ ପୌରାଂଚଳରେ ସର୍ବାଧିକ ୧୧ଟି, କୋରାପୁଟ ବ୍ଲକ ଓ ପୌରାଂଚଳରେ ୧୦ଟି, ବୋରିଗୁମ୍ମାରେ ୮ଟି କେନ୍ଦ୍ର କରାଯାଉଛି। ବୈପାରୀଗୁଡା, କୋଟପାଡ, କୁନ୍ଦ୍ରା ଓ ସେମିଳିଗୁଡାରେ ୬ଟି ଲେଖାଏଁ, ନନ୍ଦପୁର ଓ ପଟାଙ୍ଗୀ ରେ ୫ଟି ଲେଖାଏଁ, ଦଶମନ୍ତପୁର ଓ ଲକ୍ଷ୍ମୀପୁର ୪ଟି ଲେଖାଏଁ, ଲମତାପୁଟ ୩ଟି, ବନ୍ଧୁଗାଁ ଓ ନାରାୟଣପାଟଣା ୨ଟି ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି।
ଜିଲ୍ଲାରେ ୧୦ଟି ନୋଡାଲ କେନ୍ଦ୍ର ପ୍ରଶ୍ନପତ୍ର ସାଇତି ରଖିବା ପାଇଁ କରାଯାଇଛି। ଏଥିରୁ ୫ଟି ଥାନା ରହିଛି।ସେଗୁଡିକ ହେଲା ନାରାୟଣପାଟଣା,ବନ୍ଧୁଗାଁ , ଲମତାପୁଟ, ପଟ୍ଟାଙ୍ଗୀ ଓ ପାଡୁଆ। ନୋଡାଲ କେନ୍ଦ୍ରରୁ ପ୍ରଶ୍ନପତ୍ର ବିତରଣ ପାଇଁ ୨୩ଟି ଟିମ୍ ଗଠନ କରାଯାଇଛି। ଲକ୍ଷ୍ମୀପୁର ସାଙ୍ଗନ୍ନା ହାଇସ୍କୁଲ ନୋଡାଲ କେନ୍ଦ୍ରକୁ ୮ଟି ପରୀକ୍ଷା କେନ୍ଦ୍ର ଟ୍ୟାଗ୍ କରାଯାଇଛି। ୩ଜଣ ପ୍ରଶ୍ନପତ୍ର ବିତରଣ କରିବେ। ସେହିପରି ସରକାରୀ ଉଚ୍ଚବିଦ୍ୟାଳୟ କୋରାପୁଟରୁ୧୫ଟି ପରୀକ୍ଷାକେନ୍ଦ୍ରକୁ ୪ଜଣ ବିତରଣ କରିବେ। ଜୟପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କେନ୍ଦ୍ର ସହ ୨୩ଟି ପରୀକ୍ଷାକେନ୍ଦ୍ରକୁ ୫ଜଣ ପ୍ରଶ୍ନପତ୍ର ପହଚାଂଇବେ। ସେହିପରି ସରକାରୀ ହାଇସ୍କୁଲ ବୋରିଗୁମ୍ମାକୁ ୮ଟି କେନ୍ଦ୍ରକୁ ୨ଜଣ, କୋଟପାଡ ସରକାରୀ ହାଇସ୍କୁଲକୁ ୬ଟି କେନ୍ଦ୍ରକୁ ୨ଜଣ ପ୍ରଶ୍ନପତ୍ର ବିତରଣ କରି ଆସିବେ। ନାରାୟଣପାଟଣା ଥାନା ଓ ବନ୍ଧୁଗାଁ ଥାନାର ୨ଟି କେନ୍ଦ୍ର ପାଇଁ ଜଣେ ଲେଖାଏଁ ପ୍ରଶ୍ନପତ୍ର ବିତରଣ କରିବେ। ଲମତାପୁଟ ପୁଲିସ ବିଟ୍ ହାଉସରୁ ୩ଟି କେନ୍ଦ୍ର ପାଇଁ ୩ଜଣ, ପଟାଙ୍ଗୀ ଥାନାର ୬ଟି କେନ୍ଦ୍ରଓ ପାଡୁଆ ଥାନାର ୫ଟି କେନ୍ଦ୍ର ପାଇଁ ୨ଜଣ ଏଭଳି ୭୮ଟି କେନ୍ଦ୍ର ପାଇଁ ୨୩ଜଣ ପରୀକ୍ଷା ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରରୁ ନେଇ ପହଚାଂଇବେ। ପରୀକ୍ଷା କେନ୍ଦ୍ର ଠାରୁ ଏକ କିଲୋ ମିଟର ମଧ୍ୟରେ ୧୬ଟି ହାଇସ୍କୁଲର ଦୂରତା ରହିଛି। ସେହିପରି ୨ରୁ ୫କିଲୋ ମିଟର ମଧ୍ୟରେ ୮୪ଟି, ୬ରୁ ୧୦କିଲୋମିଟର ମଧ୍ୟରେ ୧୪୭ଟି,୧୧ରୁ ୧୫କିଲୋ ମିଟର ମଧ୍ୟରେ ୨୩ଟି, ୧୬ରୁ ୨୦କିଲୋ ମିଟର ମଧ୍ୟରେ ୪ଟି ରହିଛି। କେନ୍ଦ୍ରରେ ଗୋଟିଏ ରୁମରେ ୧୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ପାନୀୟ ଜଳ, ବିଦ୍ୟୁତ ଆଲୁଅ ସହ ଶୌଚାଳୟର ବ୍ୟବସ୍ଥା କେନ୍ଦ୍ର ପକ୍ଷରୁ ପୂର୍ବରୁ ପ୍ରସ୍ତୁତି କରି ରଖିବେ। ଗୋଟିଏ ସ୍କୁଲର ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ସମାନ ପରୀକ୍ଷା କେନ୍ଦ୍ରରେ ହିଁ ପରୀକ୍ଷା ଦେବେ ଓ ସମାନ ପ୍ରଶ୍ନପତ୍ର ରହିବ ବୋଲି ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମଧ୍ୟମା ସଂସ୍କୃତ ପରୀକ୍ଷାର୍ଥୀଙ୍କୁ ନୋଡାଲ କେନ୍ଦ୍ରରେ ପରୀକ୍ଷା କେନ୍ଦ୍ର ହେବ ଏବଂ ଦ୍ବିତୀୟ ସିଟିଂରେ ଏହି ପିଲା ପରୀକ୍ଷା ଦେବେ। ସେହିପରି ପ୍ରାକ୍ଟିକାଲପରୀକ୍ଷା ୫କିଲୋ ମିଟର ମଧ୍ୟରେ କରାଯିବ। ଆବଶ୍ୟକସ୍ଥଳେ ୧୦କିଲୋମିଟରକୁ ବଢ଼ିବ ବୋଲି ସୂଚନା ମିଳିଛି।