ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨  ହଜାର ୪୧୭ ଜଣ  ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪ ଲକ୍ଷ ୮୪ ହଜାର ୮୬୩  ଜଣ ପାସ୍ ହୋଇଛନ୍ତି । ତେବେ ଆପଣଙ୍କ ଜିଲ୍ଲାର କେତେ ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜାଣିଛନ୍ତି କି? ଏହି ଖବରରେ ଆମେ ଆପଣଙ୍କୁ ଜଣାଇବୁ ଯେ ଆପଣଙ୍କ ଜିଲ୍ଲାର କେତେ ପିଲା ପାସ ହୋଇଛନ୍ତି | ଗଜପତି ଜିଲ୍ଲାରେ ସର୍ବାଧିକ ୯୯. ୩୫ ପ୍ରତିଶତ ପାସ୍ ହାର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ୯୨.୮୩  ପ୍ରତିଶତ ପାସ୍ ହାର ରହିଛି । ସେହିଭଳି କଟକରେ ପାସ୍‌ହାର ରହିଛି ୯୭.୬୮%।

Advertisment

ଜଗତସିଂହପୁରରେ ୯୭.୦୯ %, ଯାଜପୁରରେ ୯୫.୦୪ %, କେନ୍ଦ୍ରାପଡାରେ ୯୬.୪୧%, ରାୟଗଡାରେ ୯୭.୩୩ %, ମାଲକାନଗିରିରେ ୯୬.୪୧ %, ନବରଙ୍ଗପୁର ରେ  ୯୫.୧୭ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିଭଳି, ଅନଗୁଳରେ ୯୫.୮୮ %, ଢେଙ୍କାନାଳରେ ୯୩.୭୧ %, ପୁରୀରେ ୯୭.୧୭ %, ଖୋର୍ଦ୍ଧାରେ ୯୭.୩୧ %, ନୟାଗଡ଼ରେ ୯୬.୯୧ %, ବାଲେଶ୍ୱରରେ ୯୭.୫୬ %, ଭଦ୍ରକରେ ୯୫.୬୭%, କେନ୍ଦୁଝରରେ ୯୪.୩୦ %, ମୟୂରଭଞ୍ଜରେ ୯୬.୯୯% ପାସ୍‌ହାର ରହିଛି ।

ଗଞ୍ଜାମରେ ୯୮.୧୦%, ବୌଦ୍ଧରେ ୯୭.୪୧ %,   କନ୍ଧମାଳରେ ୯୭.୪୫ %, କଳାହାଣ୍ଡିରେ ୯୫.୨୨ %,  ନୂଆପଡାରେ ୯୭.୦୫%,  ବରଗଡ଼ରେ ୯୭.୦୯ %, ସମ୍ୱଲପୁରରେ ୯୭.୨୬%, ଦେବଗଡ଼ରେ ୯୬.୧୭ % ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଝାରସୁଗୁଡାରେ ୯୭.୮୭ %, ବଲାଙ୍ଗୀରରେ ୯୫.୪୮ %, ସୋନପୁରରେ ୯୬.୨୨%, ସୁନ୍ଦରଗଡ଼ରେ ୯୭.୬୧%  ପାସ୍ ହାର ରହିଛି ।