ଭୁବନେଶ୍ୱର: ଆପଣ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଓ ଆପଣଙ୍କ ଫଳାଫଳ କଣ ହୋଇଛି, ଆପଣ ଜାଣିବାକୁ ଚାଁହୁଛନ୍ତି କି? ହେଲେ ଆପଣଙ୍କ ଅଂଚଳରେ ଇଣ୍ଟରନେଟ ସୁବିଧା ନାହିଁ | କେମିତି ଜାଣିବେ ଫଳାଫଳ ଚିନ୍ତାରେ ପଡିଯାଇଛନ୍ତି କି? ଯଦି ହଁ, ତେବେ ବ୍ୟସ୍ତ ହେବାର କିଛି ନାହିଁ | ପାଖରେ ଫୋନ ଥିଲେ କେବଳ ଗୋଟିଏ ଫୋନ କଲ ଓ ମେସେଜରେ ଆପଣ ଫଳାଫଳ ଜାଣିପାରିବେ | ୱେବସାଇଟ www.bseodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ । ଏଥିପାଇଁ OR10 < ROLL NUMBER > ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ । ପରୀକ୍ଷା ଫଳ ସମ୍ବନ୍ଧରେ ଯେକୌଣସି ସମସ୍ୟା ଥିଲେ 0671-2412059, 2412060 ଏବଂ 8763088890 ମାଧ୍ୟମରେ ଯୋଗାଯୋଗ କରି ସମାଧାନ ପାଇପାରିବେ ।
ଏହି ସେବା ସକାଳ ୧୦ଟା ବାଜି ୩୦ ମିନିଟ୍ ରୁ ଅପରାହ୍ଣ ୫ଟା ଯାଏଁ ସମସ୍ତ କାର୍ଯ୍ୟ ଦିବସରେ ଉପଲବ୍ଧ ହେବ । ଏହା ମେ ୨ ରୁ ୯ ତାରିଖ ଯାଏଁ ଉପଲବ୍ଧ ରହିବ । ଉଲ୍ଲେଖ ଥାଉ କି ଚଳିତବର୍ଷ ରେଗୁଲାର୍ରେ ୫ଲକ୍ଷ ୧୦ ହଜାର ୭୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।
ଏଥିରେ A1 ଗ୍ରେଡ୍ ରେ ୧୮୧୨, A2 ଗ୍ରେଡ୍ ରେ ୧୨,୨୦୦ , B1 ଗ୍ରେଡ୍ ରେ ୩୮, ୮୩୧ ଜଣ, B2 ଗ୍ରେଡ୍ ରେ ୮୪ ହଜାର ୯୭୧ ଜଣ, C ଗ୍ରେଡ୍ ରେ ୧ ଲକ୍ଷ ୩୩ ହଜାର ୮୮୨ ଜଣ ପାସ୍, D ଗ୍ରେଡ୍ ରେ ୧ ଲକ୍ଷ ୪୬ ହଜାର ୧୫୪ ଜଣ, E ଗ୍ରେଡ୍ ରେ ୬୭୦୧୩ ରେ ହୋଇଛନ୍ତି । ସେହିପରି ମଧ୍ୟମାରେ ୨୯୧୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୮୬୮ ଜଣ ପାସ୍ କରିଛନ୍ତି । ମଧ୍ୟମାରେ ପାସ୍ହାର ରହିଛି ୮୫.୭୯ % । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (SOCS) ରେ ୫୫୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୧୮୧ ଜଣ ପାସ୍ କରିଛନ୍ତି । ପାସ୍ ହାର ୭୪.୭୮ % ରହିଛି ।