ଆଜି ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ : ଭୁବିଙ୍କ ବଦଳରେ ସାମି

ସାଉଥମ୍ପଟନ:  ଆଜି ଭାରତ ନିଜ ବିଶ୍ବକପ୍ ଅଭିଯାନର ପଞ୍ଚମ ମୁକାବିଲାରେ ଅନଭିଜ୍ଞ ଆଫଗାନିସ୍ତାନକୁ ଭେଟୁଛି । ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିଣି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ବର କୁମାରଙ୍କ ବଦଳରେ ଦଳକୁ ମହମ୍ମଦ ସାମିଙ୍କୁ ଦଳରେ ସାମିଲ କରାଯାଇଛି।

ପାକିସ୍ତାନ ବିପକ୍ଷ ପ୍ରତୀକ୍ଷିତ ମୁକାବିଲାରେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ହେବା ଭାରତ ପାଇଁ ଏକ ବଡ଼ ଝଟ୍‌କା ଥିଲା। ସେ ପରବର୍ତୀ ଦୁଇ-ତିନିଟି ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ସେହି ଦିନ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଥିଲେ। ଏଣୁ ଶନିବାର ଭୁବିଙ୍କ  ସ୍ଥାନ ମହମ୍ମଦ ସାମି ନେଇଛନ୍ତି । ସାମି ଭାରତର ପ୍ରଥମ ୪ ମ୍ୟାଚ୍ ଖେଳି ନାହାନ୍ତି।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ତ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି

ଆଫଗାନିସ୍ତାନ: ଗୁଲବଦିନ ନୈବ (ଅଧିନାୟକ), ରସିଦ ଖାନ୍, ମହମ୍ମଦ ନୈବ, ହଜରତୁଲ୍ଲା ଜଜାଇ, ମୁଜିବଉର୍ରହମାନ, ଦୌଲତ ଜର୍ଦାନ, ହସମତୁଲ୍ଲା ସାହିଦି, ସାମିଉଲ୍ଲା ସିନୱାରି, ନୁର ଅଲ୍ଲୀ ଜର୍ଦାନ, ଅସଗର ଆଫଗାନ, ଆଫତାବ ଆଲାମ

ସମ୍ବନ୍ଧିତ ଖବର