ଭୁବନେଶ୍ୱର: ପୂର୍ବ ପରମ୍ପରା ଭାଙ୍ଗି ବିଜୁ ଜନତା ଦଳ ପ୍ରାର୍ଥୀ ମୀନାକ୍ଷୀ ମହାନ୍ତ କେନ୍ଦୁଝର ଜିଲ୍ଳାର ଚମ୍ପୁଆ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଗତ ୨ ଥର ଯାକ ଏହି ଆସନକୁ ସ୍ୱାଧୀନ ପ୍ରାର୍ଥୀମାନେ ଜିତିଥିବା ବେଳେ ଏଥର ଏହା ବିଜେଡି ହାତକୁ ଯାଇଛି।
୨୦୧୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ଜିତିଥିଲେ। ତେବେ ଏଥର ସେ ଦୁଇ ଜଣ ଯାକ ପ୍ରତିଦ୍ୱନ୍ଦିତା କରି ନଥିବା ବେଳେ ସେମାନେ ବିଜେଡି ପ୍ରାର୍ଥୀକୁ ସମର୍ଥନ କରିଥିଲେ।
/sambad/media/post_attachments/wp-content/uploads/2019/05/Champua.jpg)
ଏଥର ଏହି ନିର୍ବାଚନ ମଣ୍ଡଳିରୁ ସର୍ବାଧିକ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ଶ୍ରୀମତୀ ମହାନ୍ତଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟିର ମୁରଲୀ ମାନୋହର ଶର୍ମା ଏବଂ କଂଗ୍ରେସର ଯଦୁମଣି ବାରିକ ଲଢ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Minakhshyee-Mahant-own-in-Champua_Thumbnail.jpg)