ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ  ଗାଁ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଏମସିଏଲର କୋଇଲା ପରିବହନ ଯୋଗୁଁ ଦୁର୍ଘଟଣା, ତଦ୍‌ଜନିତ ଜୀବନହାନି ଓ  ପ୍ରଦୂଷଣ ଉଦବେଗଜନକ ଭାବେ ବୃଦ୍ଧି ପାଉଛି। ସେପଟେ ସ୍ବତନ୍ତ୍ର କୋଲ୍ କରିଡର ରାସ୍ତାରେ କୋଇଲା ପରିବହନର ମିଛ ରିପୋର୍ଟରେ ଏମସିଏଲ ଖଣି ହାତେଇ ଚାଲିଛି। ତାର ପ୍ରତିବାଦ ଓ ବାଙ୍କିବାହାଲ- ଟପରିଆ ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ ଦାବି କରି ଆସୁଥିବା ଜନଶକ୍ତି ବିକାଶ ପରିଷଦ ଆଜି ସକାଳୁ ଲୁହାବାହାଲ ଛକରେ ଏମସିଏଲ- ଛତିଶଗଡ଼ ରାସ୍ତା ଅବରୋଧ କରିଛି। ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ କୋଇଲା ବୋଝେଇ ଓ ଖାଲି ଭାରୀଯାନ ଅଟକି ରହିଛି।

Advertisment

ଜନଜୀବନକୁ ମରଣମୁହଁରେ ଠେଲି  କେବଳ କୋଇଲା ବେପାରରେ ମାତିଥିବା କମ୍ପାନି ବାଙ୍କିବାହାଲ- ଭେଡ଼ାବାହାଲ ଭଳି ବାଙ୍କିବାହାଲରୁ ଛତିଶଗଡ଼କୁ ସଂଯୋଗ କରୁଥିବା ଟପରିଆ ରାସ୍ତାରେ ମଧ୍ୟ ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ କରିବାକୁ ଦାବି କରି ଆସୁଛି। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୨୧ରେ ପରିଷଦର ଏକ ପ୍ରତିନିଧି ଦଳ ପ୍ରଭାବିତ ଅଞ୍ଚଳର ୭ ଶହ ଦସ୍ତଖତ ସମ୍ବଳିତ ଏକ ସ୍ମାାରକପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁଙ୍କୁ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ବାଙ୍କିବାହାଲ-ଟପରିଆ କୋଲ୍ କରିଡର ନିର୍ମାଣ ପାଇଁ  ପ୍ରସ୍ତାବ ଅଣାଯିବା କଥା କହିଥିଲେ। କିନ୍ତୁ ସେ ପ୍ରକ୍ରିୟାକୁ ଜିଲ୍ଲାପାଳ ତ୍ବରାନ୍ବିତ କରନ୍ତୁ ବୋଲି ପରିଷଦ ଦାବି କରିଛି। ସେହିପରି କୋଲ୍ କରିଡର ନହେବା ପର୍ଯ୍ୟନ୍ତ ବାଙ୍କିବାହାଲ-ଟପରିଆ ରାସ୍ତାରେ ଯଦି କୋଇଲା ପରିବହନ କଲେ ସକାଳ ୬ଟାରୁ ରାତି ୯ଟା ଯାଏ ନୋ ଏଣ୍ଟ୍ରି ଜୋନ୍ ଘୋଷଣା, ଫାରା ସହାୟତା ରାଶି ୫୦ ଲକ୍ଷକୁ ବୃଦ୍ଧି, କୋଇଲାରେ କଳା ଧାନର କ୍ଷତିପୂରଣ ପ୍ରଦାନ, ପରିବେଶ ମଞ୍ଜୁରୀ ସର୍ତ୍ତାବଳୀ ଅନୁସାରେ, ଗାଁ ରାସ୍ତା ଦେଇ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ, ଦୁର୍ଘଟଣାର କାରଣ ସାଜିଥିବା ବିଜିଏମଏସର ପଞ୍ଜୀକରଣ ବାତିଲ ପାଇଁ ଦାବି ରଖିଛି ପରିଷଦ।

ପରିବେଶ ମଞ୍ଜୁରି ସର୍ତ୍ତରେ ଏମସିଏଲକୁ  ଗାଁ ମଧ୍ୟ ଦେଇ କୋଇଲା ପରିବହନ ନକରିବା ଓ ଏଥିପାଇଁ ସ୍ବତନ୍ତ୍ର କରିଡର ବା ବାଏପାସ ରାସ୍ତା ନିର୍ମାଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏସ୍ଥିତିରେ ଏମସିଏଲ ଗାଁ ରାସ୍ତାକୁ ଏଡ଼ାଇ ବାଏପାସ୍ ବା ସ୍ବତନ୍ତ୍ର କରିଡରରେ କୋଇଲା ପରିବହନ ଓ ପରିବେଶ ମଞ୍ଜୁରି ଆଇନର ସଠିକ ଅନୁପାଳନ କରୁଥିବାର ମିଛ ରିପୋର୍ଟ  ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ପ୍ରଭାବ ଆକଳନ ବିଭାଜନ ୨୦୧୯ ନଭେମ୍ବର ୧ରେ ଦେଇଥିଲା। ଏହା ପରେ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି (ଏକ୍ସପର୍ଟ ଏଫ୍ରିଜଲ କମିଟି)ର  ୨୦୧୯ ଡିସେମ୍ବର ୫ରେ ଅନୁଷ୍ଠିତ ବୈଠକରେ କୁଲଡା ଖଣିକୁ ୩୦ ବର୍ଷ ବା ଆଜୀବନ (ଲାଇଫ୍ଟାଇମ୍) ସମ୍ପ୍ରସାରଣ ପାଇଁ ସୁପାରିସ କରିଥିଲା। ଏହାକୁ ଆଧାର କରି ଏମଓଇଏଫସିସି ଏମସିଏଲ ହାତରେ କୁଲଡା ଖଣିକୁ ୩୦ ବର୍ଷ ପାଇଁ ଟେକି ଦେଇଛି।  ହେଲେ ଏହା ମିଛ, ଗାଁ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ୨୫ ବର୍ଷ ହେଲା ଏମସିଏଲ କୋଇଲା ପରିବହନ କରି ଆସୁଥିବା ଜନଶକ୍ତି ବିକାଶ ପରିଷଦ ଅଭିଯୋଗ କରିଛି। 