ନୂଆଦିଲ୍ଲୀ: ଭାରତୀୟ ବଜାରରେ ମର୍ସିଡିଜ୍-ବେଞ୍ଜର ଇଲେକ୍ଟ୍ରିକ୍ ଜି-କ୍ଲାସ୍ ଲଞ୍ଚ ହୋଇଛି। ମର୍ସିଡିଜ ଇକୟୁ ପ୍ରଯୁକ୍ତିବିଦ୍ୟା ସହିତ ନୂତନ କାର ଜି୫୮୦ ଲଞ୍ଚ କରିଛି। ଏବେ ଏହି କାରଟି ଭାରତରେ ଅଫ-ରୋଡର ଯାନ ତାଲିକାରେ ମଧ୍ୟ ସାମିଲ ହୋଇଛି। ପ୍ରଥମ ଥର ପାଇଁ ଏପରି ଅଫ-ରୋଡର ଯାନ ଯାହାକୁ ବୈଦ୍ୟୁତିକ ଭାରିଆଣ୍ଟରେ ଅଣାଯାଇଛି। ଏହି ମର୍ସିଡିଜ୍ କାରର ଚାରି ଚକରେ ଗୋଟିଏ ଗୋଟିଏ ବୈଦ୍ୟୁତିକ ମୋଟର ଲଗାଯାଇଛି। ମର୍ସିଡିଜ୍-ବେଞ୍ଜର ଏହି ନୂତନ ଇଲେକ୍ଟ୍ରିକ୍ କାରରେ ୧୧୬ କିଲୋ ୱାଟ ୟୁନିଟ୍ ବ୍ୟାଟେରୀ ଦିଆଯାଇଥିବାବେଳେ ଥରେ ଚାର୍ଜରେ ଏହି କାରଟି ୪୭୦ କିଲୋମିଟର ରେଞ୍ଜ ପ୍ରଦାନ କରେ । ଜି୫୮୦, ୫୮୭ ଏଚପି ପାୱାର ସହ ୧୧୬୫ ଏନଏମର ଟର୍କ ସୃଷ୍ଟି କରେ। 

Advertisment

ମର୍ସିଡିଜର ଏହି ଇଲେକ୍ଟ୍ରିକ୍ କାରରେ ଜି-ଟର୍ଣ୍ଣର ସୁବିଧା ଅଛି | ମର୍ସିଡିଜ୍-ବେଞ୍ଜର ନୂତନ ଇଲେକ୍ଟ୍ରିକ୍ କାରର ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏଥିରେ କିଛି ପରିବର୍ତ୍ତନ କରାଯାଇଛି। ଏହି କାରର ବନେଟ୍‌କୁ ଏକ ଏରୋଡାଇନାମିକ୍ ଡିଜାଇନ୍ ଦିଆଯାଇଛି। ଏହି କାରର ଆଉ ଏକ ପରିବର୍ତ୍ତନ ହେଉଛି ସ୍ପେୟାର ଚକ କଭର ଯାହା ଏବେ ଏକ ଚାର୍ଜିଂ କେବୁଲ୍ ହୋଲ୍ଡର୍ ପାଲଟିଛି। ଏହି କାରର ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟ ତୁଳନାରେ ଏହାର ଭିତର ଭାଗରେ ଆହୁରି କିଛି ପରିବର୍ତ୍ତନ କରାଯାଇଛି।

ମର୍ସିଡିଜ୍-ବେଞ୍ଜ ଇଲେକ୍ଟ୍ରିକ୍ ଜି ୱାଗନର ମୂଲ୍ୟ ୩ କୋଟି ଟଙ୍କା ଏବଂ ଗତ ବର୍ଷ ଶେଷ ସୁଦ୍ଧା ଏହି କାରଟି ବହୁତ ବୁକିଂ ପାଇସାରିଛି।