ତେନ୍ତୁଳିଖୁଣ୍ଟି : କେରଳରେ ଦାଦନ ଶ୍ରମିିକଭାବେ କାମ କରୁଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଂଚାୟତ ଅନ୍ତର୍ଗତ ଉପରଗଡ଼ି ଗ୍ରାମର ତ୍ରିନାଥ ହରିଜନ ଗତକାଲି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଗତକାଲିଠାରୁ ତ୍ରିନାଥଙ୍କ ଶବ କେରଳରେ ପଡ଼ି ରହିଥିବା ବେଳେ ସେଠାରୁ ଶବ କେମିତି ଗ୍ରାମରେ ପହଞ୍ଚିବ ସେନେଇ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି ।
ତ୍ରିନାଥଙ୍କ ବାପା ମା' ପୂର୍ବରୁ ମୃତ୍ୟୁବରଣ କରିସାରିଥିବାବେଳେ ସେ ନିଜ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିଲେ । କିଛିବର୍ଷ ତଳେ ସେ କେରଳର ଏର୍ନାକୁଲମ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ରହି ସେ ନିଜର ଭଉଣୀ-ଭିଣୋଇଙ୍କ ପାଖକୁ ଟଙ୍କା ପଠାଉଥିଲେ । ଗତକାଲି ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଉଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁହୋଇଥିଲା ।
/sambad/media/post_attachments/wp-content/uploads/2021/03/migrant--300x248.jpg)
ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗତକାଲିଠାରୁ ତ୍ରିନାଥଙ୍କ ମୃତଦେହ ଏର୍ନାକୁଲମ ଡାକ୍ତରଖାନାରେ ପଡ଼ିରହିଛି । ଶବ ଆଣିବାକୁ ପରିବାର ନିକଟରେ ସମ୍ବଳ ନଥିବା ଯୋଗୁଁ ଗାଁରେ ଶବ କେମିତି ପହଂଚିବ ସେନେଇ ପରିବାର ଚିନ୍ତାରେ ପଡିଛନ୍ତି । ଏହି ଘଟଣାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଶବ ଆଣିବା ବ୍ୟବସ୍ଥା କରିବାକୁ ଭଉଣୀ ସୁଜାତା ହରିଜନ, ଭିଣୋଇ ଚଣ୍ଡାଳ ହରିଜନ, ଦାଦା ପ୍ରଭୁଦାନ ହରିଜନଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ଆଜି ଗ୍ରାମବାସୀ ଖାତିଗୁଡା ଥାନା ଅଧିକାରୀ ଦୁର୍ଗା ମାଧବ ବାଗଙ୍କୁ ଗୁହାରି କରି ଶବ କେମିତି ଆସିବ ସେନେଇଁ ଆଲୋଚନା କରି ଫେରିଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dead_body_of_youth_found_on_national_highway_in_lakhimpur_kheri_1584257493-1-750x430-1.jpg)