ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବାଙ୍କୋରୁ ନକ୍ସଲ ବିସ୍ଫୋରକ ଭର୍ତ୍ତି ଗାଡ଼ି ଲୁଟ୍‌ କରିବା ପରେ ପୁଲିସ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି। ଗତକାଊି ସଂଧ୍ୟାରେ ରଘୁନାଥପାଲି ଥାନାରେ ଗିରଫ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତାଙ୍କୁ ପୁଲିସ ମୁହାଁମୁହିଁ ଜେରା କରିଛି। ପୁଲିସ ସହ ଏସ୍‌ଆଇଟି ଟିମ୍‌ ମଧ୍ୟ ଉଭୟ ପତି-ପତ୍ନୀଙ୍କୁ ପଚରାଉଚରା କରିଛନ୍ତି। କେବେଠୁ ଦୁହେଁ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ ? ଏମାନଙ୍କ ଲିଙ୍କ୍‌ ଅନ୍ୟ କେଉଁମାନଙ୍କ ସହ ରହିଛି?  ଉଭୟ ଏସ୍‌ଆଇଟି ଅଧିକାରୀ ଓ ପୁଲିସ ପତି-ପତ୍ନୀଙ୍କୁ  ପ୍ରଶ୍ନ କରିଥିଲେ। ଏହା ସହିତ ଶ୍ରବଣଙ୍କ ନକ୍ସଲ ଲିଙ୍କ୍‌ ରହିଛି କି ନାହିଁ ସେ ସଂପର୍କରେ ଜେରା କରିଛନ୍ତି ପୁଲିସ ଅଧିକାରୀ। ଜେରାବେଳେ ଏହି ଦମ୍ପତିଙ୍କୁ କେତେକ ଗୁରୁ୍ତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି।

Advertisment

ସେପଟେ  ଦୁଇ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତ ଶ୍ରବଣ ଅଗ୍ରୱାଲଙ୍କ ରିମାଣ୍ଡ ଗତକାଲି ଶେଷ ହୋଇଛି।  ଆଜି (ଶନିବାର) ଶ୍ରବଣକୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ ବୋଲି ରଘୁନାଥପାଲି ଥାନାଧିକାରୀ କହିଛନ୍ତି। ଅନୁରୂପ ଭାବେ ଏସ୍‌ଆଇଟି ସ୍କାନ୍‌ରେ ରହିଛନ୍ତି ସଂପୃକ୍ତ ଖଣି ମାଲିକ ନୀରୋଜ ପାଣ୍ଡେ। ସେ ଏତେ ପରିମାଣରେ ବିସ୍ଫୋରକ କ’ଣ ପାଇଁ ମଗାଇଥିଲେ ? ସେ ସଂପର୍କ‌ରେ ପୁଲିସ ଓ ଖଣି ବିଭାଗ ଖୋଳତାଡ଼ କରୁଛନ୍ତି। ତିନି ଦିନ ଭିତରେ  ରିପୋର୍ଟ ଦେବାକୁ ଖଣିବିଭାଗ ଅଧିକାରୀ ଖଣିମାଲିକଙ୍କୁ ନୋଟିସ୍‌ କରିଛନ୍ତି। ରିପୋର୍ଟ ସନ୍ତୋଷଜନକ ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ  ନୋଟିସ୍‌ରେ ଉଲ୍ଲେଖ ରହିଛି। 

ରଘୁନାଥପାଲି ଥାନାରେ ଗିରଫ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତାଙ୍କୁ ପୁଲିସ ମୁହାଁମୁହିଁ ଜେରା କରିଛି। ପୁଲିସ ସହ ଏସ୍‌ଆଇଟି ଟିମ୍‌ ମଧ୍ୟ ଉଭୟ ପତି-ପତ୍ନୀଙ୍କୁ ପଚରାଉଚରା କରିଛନ୍ତି। କେବେଠୁ ଦୁହେଁ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ ? ଏମାନଙ୍କ ଲିଙ୍କ୍‌ ଅନ୍ୟ କେଉଁମାନଙ୍କ ସହ ରହିଛି?  ଉଭୟ ଏସ୍‌ଆଇଟି ଅଧିକାରୀ ଓ ପୁଲିସ ପତି-ପତ୍ନୀଙ୍କୁ  ପ୍ରଶ୍ନ କରିଥିଲେ। ଏହା ସହିତ ଶ୍ରବଣଙ୍କ ନକ୍ସଲ ଲିଙ୍କ୍‌ ରହିଛି କି ନାହିଁ ସେ ସଂପର୍କରେ ଜେରା କରିଛନ୍ତି ପୁଲିସ ଅଧିକାରୀ। ଜେରାବେଳେ ଏହି ଦମ୍ପତିଙ୍କୁ କେତେକ ଗୁରୁ୍ତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି। ସେପଟେ  ଦୁଇ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତ ଶ୍ରବଣ ଅଗ୍ରୱାଲଙ୍କ ରିମାଣ୍ଡ ଗତକାଲି ଶେଷ ହୋଇଛି।  ଆଜି (ଶନିବାର) ଶ୍ରବଣକୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ ବୋଲି ରଘୁନାଥପାଲି ଥାନାଧିକାରୀ କହିଛନ୍ତି। ଅନୁରୂପ ଭାବେ ଏସ୍‌ଆଇଟି ସ୍କାନ୍‌ରେ ରହିଛନ୍ତି ସଂପୃକ୍ତ ଖଣି ମାଲିକ ନୀରୋଜ ପାଣ୍ଡେ। ସେ ଏତେ ପରିମାଣରେ ବିସ୍ଫୋରକ କ’ଣ ପାଇଁ ମଗାଇଥିଲେ ? ସେ ସଂପର୍କ‌ରେ ପୁଲିସ ଓ ଖଣି ବିଭାଗ ଖୋଳତାଡ଼ କରୁଛନ୍ତି। ତିନି ଦିନ ଭିତରେ  ରିପୋର୍ଟ ଦେବାକୁ ଖଣିବିଭାଗ ଅଧିକାରୀ ଖଣିମାଲିକଙ୍କୁ ନୋଟିସ୍‌ କରିଛନ୍ତି। ରିପୋର୍ଟ ସନ୍ତୋଷଜନକ ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ  ନୋଟିସ୍‌ରେ ଉଲ୍ଲେଖ ରହିଛି। 

ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କ ନାମରେ କମ୍ପାନିରୁ ବିସ୍ଫୋରକ ସାମଗ୍ରୀ କିଣି ସପ୍ଲାଇ କରୁଥିଲେ। ଉଭୟ ପତି-ପତ୍ନୀ ଦୀର୍ଘ ଦିନରୁ ବିସ୍ଫୋରକ କାରବାର ଚଳାଇ ଆସୁଥିଲେ। କିଛି ମାସ ପୂର୍ବରୁ ଶ୍ରବଣଙ୍କ ବିସ୍ଫୋରକ ଗୋଦାମ ମଧ୍ୟ ସିଲ୍‌ ହୋଇଥିଲା। ତେବେ ବିସ୍ଫୋରକ ଲୁଟ୍‌ ଘଟଣା ପରେ ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ବିସ୍ଫୋରକ କାରବାରକୁ କେତେ ମାତ୍ରାରେ ଚାଲିଥିଲା, ଏଥିରୁ ଜଣାପଡୁଛି। କେବଳ ଶ୍ରବଣ ନା ଅନ୍ୟ କେଉଁମାନେ ବି ଏହି କାରବାରରେ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ଗୋଦାମ କେଉଁ ସ୍ଥାନରେ ରହିଛି ? କେଉଁ ଖଣି ଓ ପଥର ଖାଦାନ ମାଲିକ ଏମାନଙ୍କ ଠାରୁ ଚୋରାରେ ବିସ୍ଫୋରକ ସାମଗ୍ରୀ କିଣୁଥିଲେ, ତା’ର ଯାଞ୍ଚ ହେବାର ଆବଶ୍ୟକତା ରହିଛି।