ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ରଙ୍ଗାମାଟିଆ ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଲା ଇଟା ବୋଝେଇ ମିନିଟ୍ରକ l ଦୁର୍ଘଟଣାରେ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଅଞ୍ଚଳରୁ ଫ୍ଲାଇଆସ୍ ଇଟା ବୋଝେଇ କରି ଆଗ୍ରିଆ ଅଭିମୁଖେ ଯାଉଥିବା ଓଆର୦୧-ଏଲ ୮୭୬୭ ନଂ ବିଶିଷ୍ଟ ମିନି ଟ୍ରକର ଆଗ ଟାୟାର ହଟାତ ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆ ଛକ ନିକଟରେ ଫାଟି ଯାଇଥିଲା l ଫଳରେ ଚାଳକ ଟ୍ରକ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲା ଓ ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା l ଯେଉଁଥିପାଇଁ ଇଟା ସବୁ ରାସ୍ତା ଉପରେ ଓଜାଡ଼ି ଛିନଭିନ ହୋଇ ପଡ଼ିଥିଲା ଓ ଜାତୀୟ ରାଜପଥରେ ଯାତାୟାତ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା l ତେବେ ଏହି ଦୁର୍ଘଟଣାରେ ଉଭୟ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଉଭୟଙ୍କୁ ବୈଶିଙ୍ଗା ଡାକ୍ତର ଖାନାକୁ ନେଇଯାଇଥିଲେ ସ୍ଥାନୀୟ ଲୋକ l
ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଅଞ୍ଚଳରୁ ଫ୍ଲାଇଆସ୍ ଇଟା ବୋଝେଇ କରି ଆଗ୍ରିଆ ଅଭିମୁଖେ ଯାଉଥିବା ଓଆର୦୧-ଏଲ ୮୭୬୭ ନଂ ବିଶିଷ୍ଟ ମିନି ଟ୍ରକର ଆଗ ଟାୟାର ହଟାତ ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆ ଛକ ନିକଟରେ ଫାଟି ଯାଇଥିଲା l ଫଳରେ ଚାଳକ ଟ୍ରକ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲା ଓ ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଚଢ଼ିଯାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା l ଯେଉଁଥିପାଇଁ ଇଟା ସବୁ ରାସ୍ତା ଉପରେ ଓଜାଡ଼ି ଛିନଭିନ ହୋଇ ପଡ଼ିଥିଲା ଓ ଜାତୀୟ ରାଜପଥରେ ଯାତାୟାତ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା l ତେବେ ଏହି ଦୁର୍ଘଟଣାରେ ଉଭୟ ଚାଳକ ଓ ଖଲାସି ସାମାନ୍ୟ ଆହତ ହୋଇଥିବାବେଳେ ଉଭୟଙ୍କୁ ବୈଶିଙ୍ଗା ଡାକ୍ତର ଖାନାକୁ ନେଇଯାଇଥିଲେ ସ୍ଥାନୀୟ ଲୋକ l
ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଶୁଭ୍ରାଂଶୁ ରାଉଳ ଘଟଣା ସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଟ୍ରକକୁ ରାସ୍ତା ଉପରୁ ଉଠାଇ ଯାତାୟତକୁ ସ୍ୱାଭାବିକ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l