କୋରାପୁଟ: କୋରାପୁଟ ଗସ୍ତରେ ଆସିଥିବା ଜିଲ୍ଲା ପ୍ରଭାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ସମୀକ୍ଷା କରିଥିଲେ। ସରକାରୀ ଯୋଜନାକୁ ସଫଳ ରୁପାୟନ କରିବା ଦିଗରେ ବିଭାଗ ଗୁଡିକର ଆନ୍ତରିକତାର ଅଭାବ ହେଲେ ଜିଲ୍ଲା ପଛକୁ ପଳାଇବ। ତେଣୁ ବିଭାଗ ଗୁଡିକ ସମନ୍ବୟ ରଖି ଉନ୍ନୟନ ମୂଳକ କାମ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ସହ ସମାଜ କଲ୍ୟାଣ ପାଇଁ ଉଭୟ ସରକାର ଆଖିବୁଜା ଅନୁଦାନ ଦେଉଛନ୍ତି। ଏହାକୁ ସଠିକ ଭାବେ ରୁପାୟନ କରିବା କାମ ସରକାରୀ ଅଧିକାରୀଙ୍କର। ସେମାନେ ସଠିକ ଭାବେ କାର୍ଯ୍ୟନ୍ବୟନ କରନ୍ତୁ ବୋଲି ମନ୍ତ୍ରୀ କହିଥିଲେ। ବିଭାଗ ୱାରୀ ସମୀକ୍ଷା କରିଥିଲେ ମନ୍ତ୍ରୀ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଜିଲ୍ଲାର ସମସ୍ତ ବିଭାଗର ବିଭାଗୀୟ ସମୀକ୍ଷା କରିଥିଲେ। ସରକାରୀ ଯୋଜନାକୁ ସଫଳ ରୁପାୟନ କରିବା ଦିଗରେ ବିଭାଗ ଗୁଡିକର ଆନ୍ତରିକତାର ଅଭାବ ହେଲେ ଜିଲ୍ଲା ପଛକୁ ପଳାଇବ। ତେଣୁ ବିଭାଗ ଗୁଡିକ ସମନ୍ବୟ ରଖି ଉନ୍ନୟନ ମୂଳକ କାମ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି ସହ ସମାଜ କଲ୍ୟାଣ ପାଇଁ ଉଭୟ ସରକାର ଆଖିବୁଜା ଅନୁଦାନ ଦେଉଛନ୍ତି। ଏହାକୁ ସଠିକ ଭାବେ ରୁପାୟନ କରିବା କାମ ସରକାରୀ ଅଧିକାରୀଙ୍କର। ସେମାନେ ସଠିକ ଭାବେ କାର୍ଯ୍ୟନ୍ବୟନ କରନ୍ତୁ ବୋଲି ମନ୍ତ୍ରୀ କହିଥିଲେ। ବିଭାଗ ୱାରୀ ସମୀକ୍ଷା କରିଥିଲେ ମନ୍ତ୍ରୀ। ଏହି ଅବସରରେ ଜୟପୁରର ଗୋପାଳ ଗୋ ସେବା ସମିତିକୁ ୩ଲକ୍ଷ ୪୦ହଜାର ୩୪୭ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍ ମନ୍ତ୍ରୀଙ୍କୁ ଓରମାସ ଦ୍ବାରା ବିକ୍ରୀ ହେଉଥିବା ପ୍ୟାକେଟ୍ ସହ ଷ୍ଟ୍ରବେରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଜୟପୁରର ଗୋପାଳ ଗୋ ସେବା ସମିତିକୁ ୩ଲକ୍ଷ ୪୦ହଜାର ୩୪୭ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି.କୀର୍ତ୍ତିୱାସନ୍ ମନ୍ତ୍ରୀଙ୍କୁ ଓରମାସ ଦ୍ବାରା ବିକ୍ରୀ ହେଉଥିବା ପ୍ୟାକେଟ୍ ସହ ଷ୍ଟ୍ରବେରୀ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମୀକ୍ଷା ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତରା, ଏସପି ରୋହିତ ବର୍ମା, ସିଡିଏଓ ବେଣୁଧର ଶବର, ଜିଲ୍ଲା ଯୋଜନା ବିଭାଗର ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ବିଭାଗର ଅଧିକାରୀ ମାନେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/03/02/xGX9i6ZE8ION5xA80hUL.jpg)