ଝାରସୁଗୁଡ଼ା: ଝାରସୁଗୁଡ଼ାର ସରଵାହାଲ ଦୁର୍ଗା ପୂଜା ମଣ୍ଡପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଝାରସୁଗୁଡ଼ା ସହରର ସରଵାହାଲ ଓମ୍ ଶ୍ରୀ ଦୁର୍ଗା ପୂଜା ମଣ୍ଡପରେ ଆଜି ଏଗାରଟା ସମୟରେ ଓଡ଼ିଶାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମା ଦୁର୍ଗାଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ।
ଏହି ଅବସରରେ ପୂଜକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଗାମୁଛା ଦେଇ ସ୍ବାଗତ କରିଥିଲେ। ସରଵାହାଲ ଦୁର୍ଗାପୂଜା କମିଟିର ଆଦିତ୍ୟ ପୂଜାରୀ, ରବୀନ୍ଦ୍ର ଦୀକ୍ଷିତ, ରାଜେଶ୍ ପାଢ଼ୀ, ଲୁଲୁ ପଣ୍ଡା, ଆଲୋକ ପାଣିଗ୍ରାହୀ, ସଞ୍ଜୟ ମିଶ୍ର ହୃଷିକେଶ ମିଶ୍ର, ନିମାଇଁ ଚରଣ ବେହେରା ସୁରେଶ ପୂଜାରୀଙ୍କୁ ସମ୍ମାନିତ କରିଥିଲେ। ତାପରେ ସରଵାହାଲ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ସେମାନଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ। ଆଲୋଚନା ପରେ ସହରର ବିଭିନ୍ନ ପୂଜା ମଣ୍ଡପକୁ ଯାଇଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।