ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବନ୍ଧପଡ଼ା ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଖଇର କାଠ ବୋଝେଇ ଏକ ମିନି ଟ୍ରକ ଓ ବ୍ରିଜା କାରକୁ ଜବତ କରିଥିବା ସୂଚନା ମିଳିଛି। ଆଜି ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ରେଞ୍ଜର ବନ୍ଧପଡ଼ା ସେକ୍ସନ୍ର ବନ୍ଧପଡ଼ା- ଭୂତିଆର୍ ବାହାଳ ରାସ୍ତାର ଅନ୍ତର୍ଲା ଛକଠାରେ ପାଟଣାଗଡ଼, ସଇଁତଲା ଓ ବଲାଙ୍ଗିର ରେଞ୍ଜ ବନ କର୍ମଚାରୀମାନେ ଚଢ଼ାଉ କରି ଏକ ମିନି ଟ୍ରକ (ସିଜି ୦୮ଏଲ୍ ୨୩୭୩) ରେ ଚାଲାଣ ହେଉଥିବା ୧୦ କ୍ୱିଣ୍ଟାଲ ଖଇର କାଠ ସହିତ ଗାଡ଼ିକୁ ଜବତ କରିଥିଲେ।
ଦେଓଗାଁ ବନ୍ଧପଡ଼ା ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଖଇର କାଠ ବୋଝେଇ ଏକ ମିନି ଟ୍ରକ ଓ ବ୍ରିଜା କାରକୁ ଜବତ କରିଥିବା ସୂଚନା ମିଳିଛି। ଆଜି ରାତ୍ରି ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ରେଞ୍ଜର ବନ୍ଧପଡ଼ା ସେକ୍ସନ୍ର ବନ୍ଧପଡ଼ା- ଭୂତିଆର୍ ବାହାଳ ରାସ୍ତାର ଅନ୍ତର୍ଲା ଛକଠାରେ ପାଟଣାଗଡ଼, ସଇଁତଲା ଓ ବଲାଙ୍ଗିର ରେଞ୍ଜ ବନ କର୍ମଚାରୀମାନେ ଚଢ଼ାଉ କରି ଏକ ମିନି ଟ୍ରକ (ସିଜି ୦୮ଏଲ୍ ୨୩୭୩) ରେ ଚାଲାଣ ହେଉଥିବା ୧୦ କ୍ୱିଣ୍ଟାଲ ଖଇର କାଠ ସହିତ ଗାଡ଼ିକୁ ଜବତ କରିଥିଲେ। ସେହିପରି ଏହି ରାସ୍ତାରେ ଗାଡ଼ି ନମ୍ବର ଓଡି ୧୭ ୱାଇ୦୦୫୭ ବ୍ରିଜା ଗାଡ଼ିରୁ ଖଇର କାଠ ସହ ଯନ୍ତ୍ରପାତିକୁ ଜବତ କରିଛି ବନ ବିଭାଗ।
ସେହିପରି ଏହି ରାସ୍ତାରେ ଗାଡ଼ି ନମ୍ବର ଓଡି ୧୭ ୱାଇ୦୦୫୭ ବ୍ରିଜା ଗାଡ଼ିରୁ ଖଇର କାଠ ସହ ଯନ୍ତ୍ରପାତିକୁ ଜବତ କରିଛି ବନ ବିଭାଗ। ତେବେ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ କରା ହେଉଛି ବୋଲି ବଲାଙ୍ଗିର ଡିଏଫ୍ଓ ଅଜିତି ବିଶି ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-2025-09-14-08-51-04.png)