କୁଆରମୁଣ୍ଡା: ଭାତରେ ଔଷଧ ଗୋଳାଇ ମୂଷା ମାରିବା ପାଇଁ ରଖା ଯାଇଥିଲା। ହେଲେ ମୂଷା ବଦଳରେ ୧୨ ବର୍ଷୀୟା ଝିଅଙ୍କ ମୃତ୍ୟୁ ହେବା ଘଟଣା ବୀରମିତ୍ରପୁର ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଥାନା ଅଧୀନ କୁଆରମୁଣ୍ଡା ଫାଣ୍ଡି ରିଉଁ ଗାଁ’ର ସାଗର କୁମ୍ଭାରଙ୍କ ଝିଅ କିରଣ ରିଉଁ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ।
ସେ ସ୍କୁଲରୁ ଘରକୁ ଫେରିବା ପରେ ଅଜାଣତରେ ଘରେ ମୂଷାମରା ଔଷଧ ଗୋଳାହୋଇ ରଖା ଯାଇଥିବା ଭାତ ଖାଇ​ ଦେଇଥିଲେ। ବିଷ ମିଶା ଭାତ ଖାଇବାର କିଛି ମିନିଟ୍ ମଧ୍ୟରେ କିରଣ ଗୁରୁତର ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ସାଗର ବୁଧବାର କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ମୃତକଙ୍କ ଶବ ପରିବାରକୁ ହସ୍ତାନ୍ତର କରିଛି।
ମଙ୍ଗଳବାର ଅପରାହ୍ଣରେ ସେ ସ୍କୁଲରୁ ଘରକୁ ଫେରିବା ପରେ ଅଜାଣତରେ ଘରେ ମୂଷାମରା ଔଷଧ ଗୋଳାହୋଇ ରଖା ଯାଇଥିବା ଭାତ ଖାଇ​ ଦେଇଥିଲେ। ବିଷ ମିଶା ଭାତ ଖାଇବାର କିଛି ମିନିଟ୍ ମଧ୍ୟରେ କିରଣ ଗୁରୁତର ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ସାଗର ବୁଧବାର କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ମୃତକଙ୍କ ଶବ ପରିବାରକୁ ହସ୍ତାନ୍ତର କରିଛି।
ସୂଚନା ଥାଉକି, କିଛି ମାସ ତଳେ ସାଗରଙ୍କ ବଡ଼ ଝିଅଙ୍କର ଘରେ ଶୋଇଥିଲାବେଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/23/uIG68MNmrytqIDsmOmkV.jpg)