ଯାଜପୁର: ଶିଶୁକନ୍ୟାକୁ ଜନ୍ମ ଦେଲେ ୧୪ ବର୍ଷୀୟ ନାବାଳିକା

ଯାଜପୁର: କନ୍ଧମାଳର ଜଣେ ୮ମ ଶ୍ରେଣୀ ଛାତ୍ରୀ କନ୍ୟାସନ୍ତାନ ଜନ୍ମ ଦେବା ପରି ଲଜ୍ୟାକର ଘଟଣା ମନରୁ ଲିଭି ନ ଥିବା ବେଳେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଳିଙ୍ଗ ନଗର ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି।ଐ ନେଇ କଳିଙ୍ଗ ନଗର ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଳିଙ୍ଗ ନଗର ଥାନା ଅଞ୍ଚଳ ଜଣେ ନାବାଳିକାଙ୍କୁ କିଛିଦିନ ତଳେ ରେଲେଓ୍ଵ ବିଭାଗରେ ଠିକାଦାର ଭାବେ କାମ କରୁଥିବା ପିଣ୍ଟୁ ଜେନା ନାମକ ଜଣେ ଯୁବକ ପାଣି ଜୋଗାଇବା ପାଇଁ ମାସକୁ ୧୦୦୦ଟଙ୍କା ଦରମାରେ ଚାକିରି ଦେଇଥିଲେ। ପରବର୍ତ୍ତୀ ସମୟରେ ପିଣ୍ଟୁ ଜେନା ଜବରଦସ୍ତ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଥିଲା। ପିଣ୍ଟୁ ଜେନା ବିଭିନ୍ନ ଭୟ ଦେଖାଇ ଏ ନେଇ କାହାରିକୁ କିଛି ନ କହିବାକୁ ନାବାଳୀକାକୁ ବାଧ୍ୟ କରାଯଇଥିଲା। ତେବେ ଏହି ସମ୍ପର୍କରୁ ନାବାଳିକାଜଣକ ୫ ମାସର ଅନ୍ତସତ୍ତ୍ୱା ହେବା ପରେ ସେହି ଗାଁ ର ଆଶା ଦିଦି ଜାଣି ପାରି ତାଙ୍କୁ ଏ କଥା ପଚାରି ଥିଲେ। ପରେ ଆଶା ଦିଦି ପାଖରେ ସବୁ କଥା କହିଥିଲେ ନାବାଳିକା ଜଣକ। ଆଶା ଦିଦି ତାଙ୍କ ଘର ପରିବାର ମାନଙ୍କୁ ଜଣାଇବା ପରେ ପରିବାର ଲୋକେ କଳିଙ୍ଗ ନଗର ଥାନା ରେ ଅଭିଯୋଗ କରିଥିଲେ।
ତେବେ ଗତ କାଲି କଳିଙ୍ଗ ଥାନା ପୋଲିସ ଓ ବାପାଙ୍କ ସହ ଯାଜପୁରକୁ ନାବାଳିକାଙ୍କୁ ନିଆଯାଇଥିଲା। ଫେରିବା ସମୟରେ ବାଟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା।ଫଳରେ ତାଙ୍କୁ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ପରେ ଉଭୟ ନାବାଳିକା ମାଆ ଓ ଶିଶୁ କନ୍ୟାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର