ରାଜାମୁଣ୍ଡା: କେବଲାଙ୍ଗ ଥାନା ଅନ୍ତର୍ଗତ ଖରିଆବାହାଲ ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲେ ସ୍ବର୍ଗତ ସୁରେନ୍ଦ୍ର ମୁଣ୍ଡାଙ୍କ ଝିଅ ବିନତି ମୁଣ୍ଡା (୧୦)।
ଗତକାଲି ରାତିରେ ସେ ଖାଇ ସାରି ଶୋଇବାକୁ ଯାଇଥିଲେ। ମାତ୍ର ଶୋଇବା ସମୟରେ କ’ଣ ଗୋଟାଏ ତାଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ହେବାରୁ ସକାଳେ ତାଙ୍କୁ କେବଲାଙ୍ଗ ଡାକ୍ତରଖାନାକୁ ନିଆ ଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କେ ବଲାଙ୍ଗ ପୁଲିସ ଡାକ୍ତରଖାନାରୁ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ସେ ଖାଇ ସାରି ଶୋଇବାକୁ ଯାଇଥିଲେ। ମାତ୍ର ଶୋଇବା ସମୟରେ କ’ଣ ଗୋଟାଏ ତାଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ହେବାରୁ ସକାଳେ ତାଙ୍କୁ କେବଲାଙ୍ଗ ଡାକ୍ତରଖାନାକୁ ନିଆ ଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କେ ବଲାଙ୍ଗ ପୁଲିସ ଡାକ୍ତରଖାନାରୁ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।