କଟକ: କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠରେ ମହାନଦୀର ପାଣିରେ ଭାସିଯାଇ ଜଣେ ନାବାଳିକା ନିଖୋଜ ହୋଇଥିବା ଜଣାଯାଇଛି।
ଜଣେ ଲୋକ ନିଜର ୪ ଝିଆରୀ ଓ ପୁତୁରାଙ୍କୁ ସାଙ୍ଗରେ ନେଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଡଠାତ୍ ୪ଜଣଯାକ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ବଡ଼ବାପା ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମାତ୍ର ଜଣେ ନାବାଳିକାଙ୍କୁ ଉଦ୍ଧାର କରିପାରିନଥିଲେ। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନାବାଳିକାଙ୍କୁ ଖୋଜିବା କାମରେ ଲାଗିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, କଇଁପଡ଼ା ଗ୍ରାମର ଜଣେ ଲୋକ ନିଜର ୪ ଝିଆରୀ ଓ ପୁତୁରାଙ୍କୁ ସାଙ୍ଗରେ ନେଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଡଠାତ୍ ୪ଜଣଯାକ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ବଡ଼ବାପା ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମାତ୍ର ଜଣେ ନାବାଳିକାଙ୍କୁ ଉଦ୍ଧାର କରିପାରିନଥିଲେ। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନାବାଳିକାଙ୍କୁ ଖୋଜିବା କାମରେ ଲାଗିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/06/08/jobqXkPOYH5h8i6OUcZG.jpg)