ଯାଜପୁର: ପ୍ରଶାସନର ଆଢ଼ୁଆଳରେ ନାବାଳିକାଙ୍କ ସହ ହୋଇଥିଲା ଯୁବକଙ୍କ ବାହାଘର। ସରିଥିଲା ବାହାଘର। ଚତୁର୍ଥୀ ଆଗରୁ ଜିଲ୍ଲା ଶିଶୁ ସୁରକ୍ଷା ଓ ସମାଜ ମଙ୍ଗଳ ବିଭାଗ ଏ ସମ୍ପର୍କରେ ଖବର ପାଇ ଆଜି ମିଳିତ ଚଢ଼ାଉ କରିଥିଲେ। ନାବାଳିକାଙ୍କୁ ଉଦ୍ଧାର କଲା ଟିମ୍। ସଂପୃକ୍ତ ଯୁବକ ଫେରାର। କୋରେଇ ଥାନା ଅଂଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।
ନାବାଳିକାଙ୍କ ବୟସ ୧୬ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୫ ବର୍ଷ। ନାବାଳିକା ମାଟ୍ରିକ ପାସ୍ କରିଥିବା ବେଳେ ସେ କେଉଁଝର ଅଞ୍ଚଳର ବୋଲି ଜଣାପଡ଼ିଛି। ଯୁବକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗ ଘଟଣାର ଅନୁସନ୍ଧାନ ଜାରି ରଖିଛି। ସେପଟେ ନାବାଳିକାଙ୍କ ପରିବାର ଲୋକ ଏ ସମ୍ପର୍କରେ ସଚେତନ ନଥିବା କାରଣରୁ ଏଭଳି ବାହାଘର ହୋଇଥିବା କହିଛନ୍ତି। ସେପଟେ ନାବାଳିକାଙ୍କ ଉପଯୁକ୍ତ ଥଇଥାନ ଓ ପାଠପଢ଼ା ଆଦିର ସମସ୍ତ ଦାୟିତ୍ବ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ ବିଭାଗ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/20/images-2025-07-20-09-34-58.jpg)